Masthead

ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା । ଘଟଣାସ୍ଥଳରେ ଛାନଭିନ ବେଳେ ମିଳିଲା ୩ଟି ୯ଏମଏମ କ୍ୟାଟ୍ରିଜ। ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବୋମା ବିସ୍ଫୋରଣ ସ୍ଥାନରୁ ୩ଟି ୯ଏମଏମ-କାଲିବର କ୍ୟାଟ୍ରିଜ୍ ମିଳିଛି । ଏଥିମଧ୍ୟରୁ ଦୁଇଟି ଅଫୁଟା କ୍ୟାଟ୍ରିଜ୍ ଏବଂ ଗୋଟିଏ ଖାଲି ସେଲ୍ । ସାଧାରଣତଃ ସାଧାରଣ ନାଗରିକଙ୍କ ପାଇଁ ୯ଏମଏମ ପିସ୍ତଲ ଅନୁମତିପ୍ରାପ୍ତ ନୁହେଁ । ଏହି କ୍ୟାଟ୍ରିଜ୍ ସାଧାରଣତଃ କେବଳ ସଶସ୍ତ୍ର ବାହିନୀ କିମ୍ବା ପୁଲିସ ଅଧିକାରୀମାନେ ବ୍ୟବହାର କରନ୍ତି ।

ଘଟଣାସ୍ଥଳରୁ କୌଣସି ପିସ୍ତଲ କିମ୍ବା କୌଣସି ଅଂଶ ମିଳିନାହିଁ । କ୍ୟାଟ୍ରିଜ୍ ମିଳିଥିଲେ ମଧ୍ୟ ଗୁଳି ଚଳାଇବା ପାଇଁ ବ୍ୟବହୃତ ଅସ୍ତ୍ର ଏପର୍ଯ୍ୟନ୍ତ ମିଳିନାହିଁ । କ୍ୟାଟ୍ରିଜ୍ ସେଠାକୁ କିପରି ଆସିଲା ତାର ତଦନ୍ତ ଚାଲିଛି । ତେବେ ଘଟଣାସ୍ଥଳରୁ କୌଣସି ବନ୍ଧୁକ ମିଳିନଥିବାବେଳେ ଖୋକା କେଉଁଠୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାସ୍ଥଳରେ ସେଦିନ ଉପସ୍ଥିତ ଥିବା ପୋଲିସ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କୁ ସେଦିନ ଏଭଳି ଅସ୍ତ୍ର ଦିଆଯାଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି। ତେଣୁ ଏଭଳି ଅସ୍ତ୍ର ଆତଙ୍କୀ ଡାକ୍ତର ଉମର ହିଁ ବ୍ୟବହାର କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି