Masthead

ବିଜେପି ଦଖଲକୁ ଗଲା ଦେଶର ରାଜଧାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ମୋଦୀ ମ୍ୟାଜିକ୍ । ହଟିଲା ଝାଡୁ, ଫୁଟିଲା ପଦ୍ମ । ବୃହତ୍ତ ବିଜୟ ହାସଲ କଲା ଭାରତୀୟ ଜନତା ପାଟି । ବିଜେପି ଦଖଲକୁ ଗଲା ଦେଶର ରାଜଧାନୀ । ଫେରିପାଇଲା ନୂଆଦିଲ୍ଲୀ । ଦୂରଦୂର ତକ୍ ଛୁଇଁ ପାରିଲାନି ଆମ ଆଦମୀ ପାର୍ଟି । କମାଲ କଲା ମୋଦୀ ଗ୍ୟାରେଣ୍ଟି । ହାଟ୍ରିକ ମାରିବା ଚକରରେ ଧୂଳିସାତ ହୋଇଗଲା ଝାଡୁ ଦଳ । ଦେଶର ରାଜଧାନୀକୁ ଦୀର୍ଘ ୨୭ବର୍ଷ ପରେ ନିଜ ଦଖଲକୁ ନେଲା ବିଜେପି । ଦେଶରେ ଲଗାତାର ମୋଦୀ ଶାସନ ଚାଲିଥିବା ସତ୍ୱେ ଦିଲ୍ଲୀକୁ କବଜାକୁ ଆଣିପାରି ନଥିଲା ବିଜେପି ।

କିନ୍ତୁ ୨୦୨୫ ବିଧାନସଭା ସାଧାରଣ ନିର୍ବାଚନରେ ବାଜିମାରିନେଲା ପଦ୍ମଦଳ । ଦୁଇଦୁଇ ଥର ଶାସନ ଗାଦିକୁ ଅତିୟାର କରି ବସିଥିବା ଆପକୁ ଲାଗିଛି ବଡ ଝଟକା । ମୋଦୀ ମ୍ୟାଜିକ୍ ଆଗରେ ଫେଲ ମାରିଛି ଅରବିନ୍ଦଙ୍କ ଚାଲ । ଦିଲ୍ଲୀ ବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବିଜେପି । ଦିଲ୍ଲୀ ଦଖଲ ପରେ ବିଜେପି କ୍ୟାମ୍ପରେ ଖୁସିର ମାହୋଲ । ବାଜା ବାଣରେ ଉଠୁଛି ପଡୁଛି ଦେଶର ରାଜଧାନୀ । ମିଠ ବଣ୍ଟନ ସାଙ୍ଗକୁ ଜମୁଛି ବିଜୟ ଉସôବ । ନେତାଙ୍କ କର୍ମୀଙ୍କ ଭିତରେ ଭରିଯାଇଛି ଖୁସି । ସେଲିବ୍ରେସନ ପାଳନ କରିବା ସହ ବିଜୟୀ ପ୍ରାର୍ଥୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତ ।

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧକ୍ଷଙ୍କ ସହ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ନେତା ଜଣାଉଛନ୍ତି ଅଭିନନ୍ଦନ । ସେପଟେ ବିଜୟ ପରେ ପରବେଶ ବର୍ମା କହିଛନ୍ତି, ୧୦ ବର୍ଷ ହେବେ ଦିଲ୍ଲୀରେ କିଛି କାମ ହୋଇପାରୁ ନଥିଲା । ଏବେ ଦିଲ୍ଲୀରେ ଯେଉଁ ସରକାର ହେଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ଆଣିବ । ମୋ ବିଜୟ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲବାସୀଙ୍କୁ ଦେଉଛି । ଦିଲ୍ଲୀ ଜନତାଙ୍କୁ ଧନ୍ୟବାଦ ଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ