Masthead

ଫ୍ଲାଇଟରେ ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିଲେ ଗର୍ଭବତୀ ମହିଳା, ଜାଣନ୍ତୁ ମଝି ଆକାଶରେ କ’ଣ ହେଲା

ବେଙ୍ଗାଲୁରୁ, (ବଡ଼ ଖବର ବ୍ୟୁରୋ): ଜଣେ ଗର୍ଭବତୀ ମହିଳା ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଆସୁଥିଲେ। ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬E୧୨୨ରେ ମହିଳା ଜଣକ ସବାର ହୋଇଥିଲେ। ସନ୍ଧ୍ୟା ୭.୪୦ରେ ଫ୍ଲାଇଟ୍ ବେଙ୍ଗାଲୁରୁରେ ପହଞ୍ଚିବାର ଥିଲା। ତେବେ ଦିଲ୍ଲୀ ଏୟାରପୋର୍ଟରୁ ଫ୍ଲାଇଟ୍ ଟେକ୍ଅଫ୍ କରିବାର କିଛି ସମୟ ପରେ ମହିଳାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ଏ ନେଇ ସେ ଫ୍ଲାଇଟର କ୍ରିଉ ମେମ୍ବରଙ୍କୁ ଅବଗତ କରିଥିଲେ। ଫ୍ଲାଇଟରେ ଉପସ୍ଥିତ ଥିବା ଫାଷ୍ଟଏଡ୍ ଟିମ୍ ଏବଂ କ୍ରିଉ ମେମ୍ବରଙ୍କ ସହାୟତାରେ ମହିଳାଙ୍କର ଡେଲିଭରି କରାଯାଇଥିଲା। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଫ୍ଲାଇଟ୍ ବେଙ୍ଗାଲୁରୁରେ ପହଞ୍ଚିବା ପରେ ମା’, ପୁଅଙ୍କ ମେଡିକାଲ ଚିକିତ୍ସା କରାଯାଇଥିଲା।

ନିର୍ଦ୍ଧାରିତ ତାରିଖ ପୂର୍ବରୁ (ପ୍ରି ମ୍ୟାଚ୍ୟୋର୍ଡ ଡେଲିଭରି) ମହିଳା ଜଣକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ ମଧ୍ୟ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ମଝି ଆକାଶରେ ଏପରି ଏକ ବିରଳ ଡେଲିଭରି ହୋଇଥିଲେ ମଧ୍ୟ ଫ୍ଲାଇଟ୍ ଅପରେସନରେ କୌଣସି ପ୍ରକାର ବାଧା ସୃଷ୍ଟି ହୋଇ ନ ଥିଲା ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ୨୦୧୭ରେ ସାଉଦିଆରବରୁ ଭାରତ ଆସୁଥିବା ଜେଟ୍ ଏୟାରୱେଜ ଫ୍ଲାଇଟରେ ମଧ୍ୟ ଏକ ଶିଶୁ ଜନ୍ମ ନେଇଥିଲା। ଜେଟ୍ କମ୍ପାନୀ ଉକ୍ତ ଶିଶୁକୁ ଜୀବନସାରା ଫ୍ଲାଇଟରେ ମାଗଣାରେ ଯାତ୍ରା କରିବାକୁ ଟିକେଟ ପ୍ରଦାନ କରିଥିଲା। ସେହିପରି ୨୦୦୯ରେ ଦୁବାଇରୁ ମାନିଲା ଆସୁଥିବା ଏୟାର ଏସିଆ ଫ୍ଲାଇଟରେ ମଧ୍ୟ ଜଣେ ଶିଶୁ ଜନ୍ମ ନେଇଥିଲା। ଏୟାର ଏସିଆ ଉକ୍ତ ଶିଶୁକୁ ୧ ନିୟୁତ କିଲୋମିଟର ମାଗଣାରେ ଉଡ଼ିବାକୁ ଟିକେଟ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ