Masthead

ଫ୍ଲାଇଟରେ ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିଲେ ଗର୍ଭବତୀ ମହିଳା, ଜାଣନ୍ତୁ ମଝି ଆକାଶରେ କ’ଣ ହେଲା

ବେଙ୍ଗାଲୁରୁ, (ବଡ଼ ଖବର ବ୍ୟୁରୋ): ଜଣେ ଗର୍ଭବତୀ ମହିଳା ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଆସୁଥିଲେ। ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬E୧୨୨ରେ ମହିଳା ଜଣକ ସବାର ହୋଇଥିଲେ। ସନ୍ଧ୍ୟା ୭.୪୦ରେ ଫ୍ଲାଇଟ୍ ବେଙ୍ଗାଲୁରୁରେ ପହଞ୍ଚିବାର ଥିଲା। ତେବେ ଦିଲ୍ଲୀ ଏୟାରପୋର୍ଟରୁ ଫ୍ଲାଇଟ୍ ଟେକ୍ଅଫ୍ କରିବାର କିଛି ସମୟ ପରେ ମହିଳାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ଏ ନେଇ ସେ ଫ୍ଲାଇଟର କ୍ରିଉ ମେମ୍ବରଙ୍କୁ ଅବଗତ କରିଥିଲେ। ଫ୍ଲାଇଟରେ ଉପସ୍ଥିତ ଥିବା ଫାଷ୍ଟଏଡ୍ ଟିମ୍ ଏବଂ କ୍ରିଉ ମେମ୍ବରଙ୍କ ସହାୟତାରେ ମହିଳାଙ୍କର ଡେଲିଭରି କରାଯାଇଥିଲା। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଫ୍ଲାଇଟ୍ ବେଙ୍ଗାଲୁରୁରେ ପହଞ୍ଚିବା ପରେ ମା’, ପୁଅଙ୍କ ମେଡିକାଲ ଚିକିତ୍ସା କରାଯାଇଥିଲା।

ନିର୍ଦ୍ଧାରିତ ତାରିଖ ପୂର୍ବରୁ (ପ୍ରି ମ୍ୟାଚ୍ୟୋର୍ଡ ଡେଲିଭରି) ମହିଳା ଜଣକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ ମଧ୍ୟ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ମଝି ଆକାଶରେ ଏପରି ଏକ ବିରଳ ଡେଲିଭରି ହୋଇଥିଲେ ମଧ୍ୟ ଫ୍ଲାଇଟ୍ ଅପରେସନରେ କୌଣସି ପ୍ରକାର ବାଧା ସୃଷ୍ଟି ହୋଇ ନ ଥିଲା ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ୨୦୧୭ରେ ସାଉଦିଆରବରୁ ଭାରତ ଆସୁଥିବା ଜେଟ୍ ଏୟାରୱେଜ ଫ୍ଲାଇଟରେ ମଧ୍ୟ ଏକ ଶିଶୁ ଜନ୍ମ ନେଇଥିଲା। ଜେଟ୍ କମ୍ପାନୀ ଉକ୍ତ ଶିଶୁକୁ ଜୀବନସାରା ଫ୍ଲାଇଟରେ ମାଗଣାରେ ଯାତ୍ରା କରିବାକୁ ଟିକେଟ ପ୍ରଦାନ କରିଥିଲା। ସେହିପରି ୨୦୦୯ରେ ଦୁବାଇରୁ ମାନିଲା ଆସୁଥିବା ଏୟାର ଏସିଆ ଫ୍ଲାଇଟରେ ମଧ୍ୟ ଜଣେ ଶିଶୁ ଜନ୍ମ ନେଇଥିଲା। ଏୟାର ଏସିଆ ଉକ୍ତ ଶିଶୁକୁ ୧ ନିୟୁତ କିଲୋମିଟର ମାଗଣାରେ ଉଡ଼ିବାକୁ ଟିକେଟ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା