Masthead

ଟିକା ନେଇ ନଥିବା ଲୋକଙ୍କ ଠାରେ ଦ୍ରୁତଗତିରେ ବ୍ୟାପୁଛ ଡେଲଟା ଭ୍ୟାରିଆଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି ଡେଲଟା ଭ୍ୟାରିଆଣ୍ଟ । ଏପର୍ଯ୍ୟନ୍ତ ୯୬ ଦେଶରେ ଏହି ଭ୍ୟାରିଆଣ୍ଟ ଠାବ କରାଯାଇଛି । ଆଗକୁ ଏହା ଆହୁରି ସଂକ୍ରମଣ ହେବା ସହ ଅନେକ ଦେଶକୁ ବ୍ୟାପିବାର ସମ୍ଭାବନା ରହିଛି । ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଜୁନ ୨୯ ସୁଦ୍ଧା ୯୬ ଟି ଦେଶରୁ ଡେଲ୍ଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ଦେଶ ମାନଙ୍କରେ ସଂକ୍ରମଣ ପୂର୍ବାପେକ୍ଷା ଅଧିକ ବଢୁଛି ଏବଂ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ଏହାକୁ ରୋକିବା ପାଇଁ ସତର୍କତା ଜାରି ରଖିବା ଆବଶ୍ୟକ ବୋଲି ଡବ୍ଲୁଏଚଓ ପରାମର୍ଶ ଦେଇଛି । କରୋନାର ଆଲଫା ଭ୍ୟାରିଆଣ୍ଟ ୧୭୨ ଦେଶରେ ଦେଖା ଦେଇଥିବାବେଳେ ବିଟା ଭ୍ୟାରିଆଣ୍ଟ ୧୨୦ ଦେଶରେ ଓ ଗାମା ଭ୍ୟାରିଆଣ୍ଟ ୭୨ଦେଶରେ ଦେଖାଦେଇଛି । ଆଲଫା ଠାରୁ ଡେଲଟା ୫୫% ଅଧିକ ସଂକ୍ରମିତ । ଟିକା ନେଇ ନଥିବା ଲୋକଙ୍କ ଠାରେ ଏହା ଦ୍ରୁତତଗତିରେ ବ୍ୟାପୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି