Masthead

ଟିକା ନେଇ ନଥିବା ଲୋକଙ୍କ ଠାରେ ଦ୍ରୁତଗତିରେ ବ୍ୟାପୁଛ ଡେଲଟା ଭ୍ୟାରିଆଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି ଡେଲଟା ଭ୍ୟାରିଆଣ୍ଟ । ଏପର୍ଯ୍ୟନ୍ତ ୯୬ ଦେଶରେ ଏହି ଭ୍ୟାରିଆଣ୍ଟ ଠାବ କରାଯାଇଛି । ଆଗକୁ ଏହା ଆହୁରି ସଂକ୍ରମଣ ହେବା ସହ ଅନେକ ଦେଶକୁ ବ୍ୟାପିବାର ସମ୍ଭାବନା ରହିଛି । ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଜୁନ ୨୯ ସୁଦ୍ଧା ୯୬ ଟି ଦେଶରୁ ଡେଲ୍ଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ଦେଶ ମାନଙ୍କରେ ସଂକ୍ରମଣ ପୂର୍ବାପେକ୍ଷା ଅଧିକ ବଢୁଛି ଏବଂ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ଏହାକୁ ରୋକିବା ପାଇଁ ସତର୍କତା ଜାରି ରଖିବା ଆବଶ୍ୟକ ବୋଲି ଡବ୍ଲୁଏଚଓ ପରାମର୍ଶ ଦେଇଛି । କରୋନାର ଆଲଫା ଭ୍ୟାରିଆଣ୍ଟ ୧୭୨ ଦେଶରେ ଦେଖା ଦେଇଥିବାବେଳେ ବିଟା ଭ୍ୟାରିଆଣ୍ଟ ୧୨୦ ଦେଶରେ ଓ ଗାମା ଭ୍ୟାରିଆଣ୍ଟ ୭୨ଦେଶରେ ଦେଖାଦେଇଛି । ଆଲଫା ଠାରୁ ଡେଲଟା ୫୫% ଅଧିକ ସଂକ୍ରମିତ । ଟିକା ନେଇ ନଥିବା ଲୋକଙ୍କ ଠାରେ ଏହା ଦ୍ରୁତତଗତିରେ ବ୍ୟାପୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ