Masthead

ସଂସଦରେ ‘ଗୋ’ ମୂତ୍ର ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଡିଏମକେ ନେତା ସେନ୍ଥିଲ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ଗୋ’ ମୂତ୍ର ମନ୍ତବ୍ୟକୁ ନେଇ ସଂସଦରେ କ୍ଷମା ପ୍ରାର୍ଥନା କଲେ ଡିଏମକେ ନେତା ସେନ୍ଥିଲ କୁମାର । ହିନ୍ଦୀ ଭାଷାଭାଷୀ ରାଜ୍ୟମାନଙ୍କ ପାଇଁ ‘ଗୋ ମୂତ୍ର ସ୍ଥିତି’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସେନ୍ଥିଲ କୁମାର ବୁଧବାର ଲୋକସଭାରେ ଦଃଖ ପ୍ରକାଶ କରିଛନ୍ତି । କଥା କହୁ କହୁ ଏହି ଲାଇନରେ କହିଦେଇଥିଲି ବୋଲି ସେ କହିଛନ୍ତି । ଯଦି ଏଥିରେ କେହି କଷ୍ଟ ପାଇଛନ୍ତି ତେବେ ମୁଁ ବକ୍ତବ୍ୟ ପ୍ରତ୍ୟାହାର କରିନେଉଛି । ବୁଧବାର ଲୋକସଭାରେ ଏହି ପ୍ରସଙ୍ଗ ପାଇଁ ପ୍ରାୟ ୧୮ ମିନିଟ ଗୃହ ସ୍ଥଗିତ ରଖାଯାଇଥିଲା ।

ଦୁଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ପ୍ରହଲ୍ଲାଦ ଯୋଶୀ ଲୋକସଭାରେ ଡିଏମକେ ନେତା ପିଆର ବାଲୁଙ୍କ ପାଖରୁ ସେନ୍ଥିଲ କୁମାରଙ୍କ ବିବାଦୀୟ ବକ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ । ଯେତେବେଳେ ଯେତେବେଳେ ବାଲୁ ତାଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିବାକୁ ଠିଆ ହେଲେ ସେତେବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଉଠିପଡି ବାଲୁଙ୍କୁ ପ୍ରଥମେ ସେନ୍ଥିଲଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । କିପରି ଜଣେ ସାଂସଦ ବିବାଦୀୟ ବକ୍ତବ୍ୟ ଗୃହରେ ଦେଇ ଖସିଯାଇପାରିବେ ବୋଲି ପଚାରିଥିଲେ ।ଏଥିପାଇଁ କିଛି ସମୟ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏହାପରେ ପିଆର ବାଲୁ ସେନ୍ଥିଲ କୁମାରଙ୍କ ପକ୍ଷରୁ ଉତ୍ତର ଓ ଦକ୍ଷିଣଭାରତ ବକ୍ତବ୍ୟ ସଠିକ ନଥିଲା କହିଥିଲେ । ଆମ ଦଳର ମୁଖ୍ୟ ଏମେ ଷ୍ଟାଲିନ ତାଙ୍କୁ ଏଥିପାଇଁ ସତର୍କ କରାଇସାରିଛନ୍ତି ବୋଲି ଲୋକସଭାରେ କହିଥିଲେ ପିଆର ବାଲୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା