Masthead

ପାହାଡ଼ ଚଢିପାରୁନି ବିକାଶ

ନୀଳଗିରି (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲାର ନୀଳଗିରି ଏକ ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅଞ୍ଚଳ। ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକାଶ କ’ଣ ଲୋକେ ଜାଣନ୍ତି ନାହିଁ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତର ୧୫ ନମ୍ବର ୱାର୍ଡ ହେଉଛି ହୁଡ଼ିସାହି ଗାଁ । ସରକାର ମାଳମାଳ ଯୋଜନା କରୁଥିବା ବେଳେ ସେ ସବୁରୁ ବାଦ ପଡିଛି ଏହି ଗାଁ। ପାଖାପାଖି ଏହି ଗାଁରେ ୨୫-୩୦ ପରିବାର ରୁହନ୍ତି । ଏହି ଗାଁ କୁ ରାସ୍ତା ନାହିଁ । ଏପରିକି ସ୍ୱାସ୍ଥ୍ୟ ଖରାପ ହେଲେ ଖଟିଆରେ ବୁହା ହୁଅନ୍ତି ରୋଗୀ । ପ୍ରାୟ ୩ରୁ୪ କି.ମି ରାସ୍ତା ପର୍ଯ୍ୟନ୍ତ ବୁହା ହେବାପରେ ମିଳେ ଆମ୍ବୁଲାନ୍ସ ସେବା । ସତେ ଯେମିତି ବିକାଶରୁ ବଞ୍ଚିତ ହେବାପାଇଁ ଜନ୍ମ ହୋଇଛନ୍ତି ଏହି ଗ୍ରାମବାସୀ । ଏଗାଁର ସବୁଠୁ ଗୁରୁତ୍ୱପୂର୍ଣ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା । ଗ୍ରୀଷ୍ମ ଆସିବା ପରେ ଗ୍ରାମବାସୀ ହତାଶ ହୋଇପଡନ୍ତି ।

ଦୁଇ ତିନି ବର୍ଷ ପୂର୍ବରୁ ବିଧାୟକଙ୍କ ଦ୍ୱାରା ନଳକୂଅ ଟିଏ କରାଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରେ ନାହିଁ । ଏପରି ପରିସ୍ଥିତିରେ ଚୁଆ ଟିଏ ସାହା ହୋଇଛି । ପାହାଡ ରାସ୍ତାରେ ଦୀର୍ଘ ୨-୩ କି.ମି. ରୁ ଉର୍ଦ୍ଧ ରାସ୍ତାରେ ପଡେ ସେହି ଚୁଆ । ଏହି ଚୁଆ ପାଣି ପିଇବା ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ଗ୍ରୀଷ୍ମର ପ୍ରକୋପ ବଢିଲେ ଗ୍ରାମବାସୀଙ୍କ ଜୀବନ ବଞ୍ଚାଉଥିବା ଏହି ଚୁଆ ମଧ୍ୟ ଶୁଖିଯାଏ । ସେତେବେଳେ ଆରମ୍ଭ ହୁଏ ଅସଲ ସଂଘର୍ଷ । ଗ୍ରୀଷ୍ମଋତୁରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ସରକାରଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଏହା ସମ୍ଭବ ହୁଏ ନାହିଁ ।

.

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’