Masthead

ପାହାଡ଼ ଚଢିପାରୁନି ବିକାଶ

ନୀଳଗିରି (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲାର ନୀଳଗିରି ଏକ ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅଞ୍ଚଳ। ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକାଶ କ’ଣ ଲୋକେ ଜାଣନ୍ତି ନାହିଁ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତର ୧୫ ନମ୍ବର ୱାର୍ଡ ହେଉଛି ହୁଡ଼ିସାହି ଗାଁ । ସରକାର ମାଳମାଳ ଯୋଜନା କରୁଥିବା ବେଳେ ସେ ସବୁରୁ ବାଦ ପଡିଛି ଏହି ଗାଁ। ପାଖାପାଖି ଏହି ଗାଁରେ ୨୫-୩୦ ପରିବାର ରୁହନ୍ତି । ଏହି ଗାଁ କୁ ରାସ୍ତା ନାହିଁ । ଏପରିକି ସ୍ୱାସ୍ଥ୍ୟ ଖରାପ ହେଲେ ଖଟିଆରେ ବୁହା ହୁଅନ୍ତି ରୋଗୀ । ପ୍ରାୟ ୩ରୁ୪ କି.ମି ରାସ୍ତା ପର୍ଯ୍ୟନ୍ତ ବୁହା ହେବାପରେ ମିଳେ ଆମ୍ବୁଲାନ୍ସ ସେବା । ସତେ ଯେମିତି ବିକାଶରୁ ବଞ୍ଚିତ ହେବାପାଇଁ ଜନ୍ମ ହୋଇଛନ୍ତି ଏହି ଗ୍ରାମବାସୀ । ଏଗାଁର ସବୁଠୁ ଗୁରୁତ୍ୱପୂର୍ଣ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା । ଗ୍ରୀଷ୍ମ ଆସିବା ପରେ ଗ୍ରାମବାସୀ ହତାଶ ହୋଇପଡନ୍ତି ।

ଦୁଇ ତିନି ବର୍ଷ ପୂର୍ବରୁ ବିଧାୟକଙ୍କ ଦ୍ୱାରା ନଳକୂଅ ଟିଏ କରାଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରେ ନାହିଁ । ଏପରି ପରିସ୍ଥିତିରେ ଚୁଆ ଟିଏ ସାହା ହୋଇଛି । ପାହାଡ ରାସ୍ତାରେ ଦୀର୍ଘ ୨-୩ କି.ମି. ରୁ ଉର୍ଦ୍ଧ ରାସ୍ତାରେ ପଡେ ସେହି ଚୁଆ । ଏହି ଚୁଆ ପାଣି ପିଇବା ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ଗ୍ରୀଷ୍ମର ପ୍ରକୋପ ବଢିଲେ ଗ୍ରାମବାସୀଙ୍କ ଜୀବନ ବଞ୍ଚାଉଥିବା ଏହି ଚୁଆ ମଧ୍ୟ ଶୁଖିଯାଏ । ସେତେବେଳେ ଆରମ୍ଭ ହୁଏ ଅସଲ ସଂଘର୍ଷ । ଗ୍ରୀଷ୍ମଋତୁରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ସରକାରଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଏହା ସମ୍ଭବ ହୁଏ ନାହିଁ ।

.

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି