Masthead

ମୁଖ୍ୟମନ୍ତ୍ରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି: ଧର୍ମେନ୍ଦ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ଜିବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । କୋଲାବିରା ବ୍ଲକ ଝିଲିପାଲି ପଞ୍ଚାୟତରେ ଅନୁଷ୍ଠିତ ଜନସମାବେଶରେ ସେ ଯୋଗ ଦେଇ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଥିଲେ । ଧର୍ମେନ୍ଦ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ପାଖରୁ ଜାଣିଛି, ଲମ୍ବା ସମୟ ଦେଖିବା ପରେ ଲାଗୁଛି, ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି । ତାଙ୍କ ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ, ଡିଜିପି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି । ଏଠାରେ ଶାସନ କିଏ ଚଲାଉଛି ? ଓଡ଼ିଶାକୁ ଭୂଲୁଣ୍ଠିତ କରିବାର ଷଡଯନ୍ତ୍ର କରାଯାଉଛି ।

ଶିଳ୍ପ ସମୃଦ୍ଧ ଝାରସୁଗୁଡାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାନପଡିବା ଏବଂ ନାବଳକ ସମର୍ଥ ଅଗ୍ରଓ୍ୱାଲର ଅପହରଣ ଓ ହତ୍ୟା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନ ରଖିବା ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଆଜି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି । ଓଡ଼ିଶା ବିରୋଧୀ ଶକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କଥା କହୁଛନ୍ତି । କଳାପାହାଡିଆମାନେ ଓଡ଼ିଶାର ଯୁବକ, ସ୍ୱାର୍ଥ ଓ ସୁରକ୍ଷାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।

ମଙ୍ଗଲ ବଜାରରେ ଯେଉଁମାନେ ପ୍ରଶାସନର ଉପସ୍ଥିତିରେ ଗଣ୍ଡଗୋଳ କଲେ ସେମାନଙ୍କ ସମ୍ପର୍କ ସମ୍ବଲପୁରର ଦଙ୍ଗାକାରୀଙ୍କ ସହ ଅଛି । ବରଗଡ଼ ଭଟଲୀ ଅଞ୍ଚଳର ରାଜା ଖାଁ ସହ ସମ୍ପର୍କ ଅଛି । ଯେଉଁମାନେ ପାକିସ୍ତାନର ଭାଷା କହୁଛନ୍ତି, ସେହି ଅସାମାଜିକ ତତ୍ତ୍ୱମାନେ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମଙ୍ଗଳ ବଜାରରେ ଅଟକାଇବାର ଷଡଯନ୍ତ୍ର କରିଥିଲେ ।

ଆଜି ଅସମାଜିକ ତତ୍ତ୍ୱମାନେ ଓଡ଼ିଶାରେ ଆସି ରହୁଛନ୍ତି । ଗୁଡ୍ଡୁ ମୁସଲିମ କାହା ସାହସରେ ଏଠାରେ ଲୁଚିଲା ? ରାଜା ଖାନ କିଏ ? ରାଜ ଖାନର ବ୍ୟବସାୟିକ ସମ୍ପର୍କ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ସହ ଥିବା ଖବର ଆସୁଛି । ଏହା ଆଜିର ପ୍ରସଙ୍ଗ ହୋଇଛି ।
ଝାରସୁଗୁଡା ହେଉଛି ପଛୁଆ ଓ ଜନଜାତି ବହୁଳ ଅଞ୍ଚଳ । ଟ୍ରାଇବାଲ ଆଡଭାଇଜରୀ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି । ମାତ୍ର ଜନଜାତିଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ୫ ବର୍ଷରେ ଏହି କମିଟିର ଅଧ୍ୟକ୍ଷତା ସେ କରିଛନ୍ତି କି ? ରାଜ୍ୟ ସରକାର ପଛୁଆ ବର୍ଗର ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ତଥା ଶିକ୍ଷା ଓ ଚାକିରିରେ ସଂରକ୍ଷଣ ନ ଦେଇ ସର୍ଭେ କରିବାର ପ୍ରହସନ କରୁଛନ୍ତି ।
ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ପାଉଁଶ କାରଣରୁ ପ୍ରଦୂଷଣ ସମସ୍ୟା,ଏଲ ଏନ କଲେଜକୁ ସରକାରୀ ମାନ୍ୟତା, ଡିଏମଏଫ ପାଣ୍ଠିର ଦୁରୂପଯୋଗ, ଯୁବକଙ୍କୁ ରୋଜଗାର, ଦୁର୍ନୀତି, ଶିଳ୍ପ ଅଞ୍ଚଳରେ ପୁଞ୍ଜିନିବେଶ ସହ ଶାନ୍ତି ବଜାୟ ରଖିବା ଆଜି ଝାରସୁଗୁଡାର ଉପନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର