Masthead

ଶିଶୁକୁ ମାରି ଫିଙ୍ଗିଦେଲେ

ମହାକାଳପଡ଼ା, (ବଡ଼ ଖବର ବ୍ୟୁରୋ): ପର ଆପଣା, ଭେଦଭାବ ଜଣିନି ୬ବର୍ଷର ଝିଅ । ଜାଣିବା ପଇଁ ତା’ର ବୟସ ମଧ୍ୟ ହୋଇନି । କିନ୍ତୁ କେହି ତାକୁ ହତ୍ୟା କରି ଧାନବିଲରେ ଫିଙ୍ଗି ଦେଇଛି । ଏଭଳି ନୃଶଂସ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତ ବାଙ୍କିଛନ୍ଦା ଗାଁରେ ।

ବାଙ୍କିଛନ୍ଦା ଗାଁର ଲକ୍ଷ୍ମୀପ୍ରିୟା ବେହେରାଙ୍କ ୬ବର୍ଷର ଝିଅ ମଧୁସ୍ମିତା । ଆଜି ସେ ଘରେ ଏକା ଥିଲେ । ଲକ୍ଷ୍ମୀପ୍ରିୟା ଯାଇଥିଲେ ଗଧୋଇ । ଫେରି ଦେଖିଲେ ଝିଅ ମଧୁସ୍ମିତା ଘରେ ନାହିଁ । ବହୁ ଖୋଜାଖୋଜି କଲେ, ମାତ୍ର ଝିଅକୁ ପାଇଲେ ନାହିଁ ଲକ୍ଷ୍ମୀପ୍ରିୟା । ଖବର ପାଇଲେ ଧାନ ବିଲରେ ପଡ଼ିଛି ମଧୁସ୍ମିତାର ମୃତଦେହ । ବିକଳରେ ଲକ୍ଷ୍ମୀପ୍ରିୟା ମୃତ ମଧୁସ୍ମିତାଙ୍କୁ କୋଳରେ ଧରି ବିକଳରେ ଚିତ୍କାର ଛାଡିଲେ । ଖବର ପହଂଚିଲା ମହାକାଳପଡ଼ା ଥାନାରେ । ମଧୁସ୍ମିତାଙ୍କୁ କେହି ମାରି ବିଲରେ ପକାଇଦେଇଚି ବୋଲି ମାଆ ଲକ୍ଷ୍ମିପ୍ରିୟା ଥାନାରେ ଦେଇଛନ୍ତି ଏତଲା । ସବନ୍ସିପେକ୍ଟର ଜ୍ୟୋତ୍ସ୍ନାନା ରାଏ, ସନ୍ତୋଷ କୁମାର ପ୍ରଧାନ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ