Masthead

ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ

ଯାଜପୁର (ବଡ଼ ବଖର ବ୍ୟୁରୋ): ରାଜ୍ୟରେ କାୟା ମେଲାଉଛି ଡାଇରିଆ । କଲେରାରେ ମଧ୍ୟ ଆକ୍ରାନ୍ତ ହେଲେଣି ଲୋକେ । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପିଗଲାଣି ରୋଗ । ହସ୍ପିଟାଲରେ ଆକ୍ରାନ୍ତଙ୍କ ଲମ୍ବା ଲାଇନ । ଏହାରି ଭିତରେ ୯ ଜଣଙ୍କ ଜୀବନ ଗଲାଣି । କାହିଁକି ବ୍ୟାପିଲା ଡାଇରିଆ? ଲୋକଙ୍କୁ କଲେରା ଗ୍ରାସ କରିବାର କାରଣ କ’ଣ? ଏନେଇ ନା ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି ନା ସ୍ୱାସ୍ଥ୍ୟ ବିଭାଗ ଜାଣିପାରିଛି? ସପ୍ତାହେ ପରେ ମଧ୍ୟ ପ୍ରକୃତ କାରଣ ଜଣାପଡ଼ିନାହିଁ । ସଚେତନ ଓ କିଛି ପ୍ରାଥମିକ ଚିକିତ୍ସା ଲାଗି ଯଦିଓ ଡାକ୍ତରୀ ଟିମ୍ ପହଂଚିଛନ୍ତି, ହେଲେ ତାହା ସମୁଦ୍ରକୁ ଶଙ୍ଖେ ।

ପ୍ରକୃତରେ ଡାଇରିଆ ମୁକାବିଲା ପାଇଁ ଆମ ପାଖରେ ଜ୍ଞାନକୌଶଳ ନାହିଁ କି? କାହିଁକି ଡାଇରିଆକୁ ଦମନ କରାଯାଇନାରୁନାହିଁ? କେତେ ଲୋକ ମଲେ ଜିଲ୍ଲା ପ୍ରଶାସନ ଚେତିବ? କିଛି କଟକଣା କରି ଡାଇରିଆ ଓ କଲେରା ଭଳି ମାରାତ୍ମକ ରୋଗକୁ ରୋକିପାରିବା କି? ଅତି ସମ୍ବେଦନଶୀଳ ଖବରକୁ ଅତି ହାଲକାରେ ନିଆଯାଉଛି କି? ଆମେ ଜାଣିଛେ ଡାଇରିଆ ହେଉ ଅବା କଲେରା । ଏହା କେତେ ମାରାତ୍ମକ । ଡାଇରିଆ ହେଉ ଅବା କଲେରା ଯଦି ଏହାକୁ ହେୟଜ୍ଞାନ କରିବା ତାହେଲେ ବ୍ୟାପିବା ପରେ ରୋକିବା କଷ୍ଟକର ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼