Masthead

ଦିବ୍ୟାଙ୍ଗଙ୍କୁ ମିଳୁନି ସ୍ମାର୍ଟ ଚିକିତ୍ସା

କୁଜଙ୍ଗ(ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସରକାର ଗରିବଙ୍କ ଚିକିତ୍ସା ପାଇଁ ଅନେକ ଯୋଜନା କରୁଛନ୍ତି । ସ୍ମାର୍ଟ ହେଲଥ କାର୍ଡ ବାଣ୍ଟୁଛନ୍ତି କିନ୍ତୁ ପ୍ରକୃତ ଗରିବ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଲ୍ଲାସହୀ ପଞ୍ଚାୟତ ତୁଣ୍ଡେଇକୁଦ ଗାଁରେ । ଗାଁର ଅଜୟ ମଲ୍ଲିକଙ୍କ ୨୨ବର୍ଷର ପୁଅ ବାବୁ । ଜନ୍ମରୁ ବାବୁ ଦିବ୍ୟାଙ୍ଗ ହୋଇଥିବା ବେଳେ ବାବୁଙ୍କ ଚିକିତ୍ସା ପାଇଁ ବାପା ଅଜୟ ସବୁ ଧନ ସମ୍ପତି ସାରିଦେଲେ । ଜୀବନ ସାରା ଖଟି ଯାହା ଅର୍ଜିଥିଲେ ପୁଅର ଚିକିତ୍ସା ପାଇଁ ସବୁ ସାରିଦେଲେ । ଗୋଟିଏ ପଟେ ଗରିବ କଲ୍ୟାଣ ପାଇଁ ସରକାର ମାଳମାଳ ଯୋଜନା କରୁଥିବା ବେଳେ ଅଜୟଙ୍କ ପରିବାର ପାଇଁ ଏହା ଉପହାସ ଭଳି ମନେ ହେଉଛି । ଦିନ ମଜୁରିଆ ଅଜୟଙ୍କର ନାଁ ଅଛିୁ ରାସନ କାର୍ଡ ନାଁ ମିଳୁଛି ଅନ୍ୟ କୋଉ ସୁବିଧା । ପୁଅ ବାବୁକୁ କେବଳ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାସିକ ଯାହା ଟଙ୍କା ମିଳୁଛି । ଚାଳ ଛପର ଘରେ ରହୁଥିବା ଅଜୟଙ୍କ ପରିବାର ପାଇଁ ଆବାସ ଯୋଜନା ମଧ୍ୟ ସାତ ସପନ ହୋଇପଡ଼ିଛି । ସରକାରୀ ସହୟାତା ପାଇଁ ସେ ବାରମ୍ବାର ପ୍ରଶାସନକୁ ନିବେଦନ କରିବା ପରେବି କୌଣସି ସୁଫଳ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ