Before Header

ଭତ୍ତା ପାଇଁ ଟଙ୍କା ମାଗୁଛି ପିଅନ

0 36

ନାଉଗାଁ( ବଡ଼ ଖବର ବ୍ୟୁରୋ): ଭତ୍ତା ପାଇଁ ଲୋକଙ୍କ ଠାରୁ ଟଙ୍କା ଆଦୟ କରୁଛନ୍ତି ପିଅନ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଖଇରାହୁଳି ଗାଁ ପଞ୍ଚାୟତ ହେଡକ୍ୱାର୍ଟର ଠାରୁ ୪କିଲୋମିଟର ଦୂରରେ ଥିବାରୁ ଗାଁର ବୟସ୍କ ପଞ୍ଚାୟତ ଅଫିସ ଆସିପାରୁନାହଁନ୍ତି । ଯାହାର ଫୀଇଦା ଉଠାଉଛନ୍ତି ପଞ୍ଚାୟତ ପିଅନ । ଲୋକଙ୍କ ପାଖରେ ଭତ୍ତା ଟଙ୍କା ପହଁଚାଇବା ପାଇଁ ପ୍ରତି ମାସରେ ଜଣକ ପିଛା ୫୦ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଯେଉଁମାନେ ଟଙ୍କା ଦେଉନାହଁନ୍ତି, ସେମାନଙ୍କ ଖାତାକୁ ପିଅନ ଜଣକ ଫେରାଇ ଦେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.