ଦିବ୍ୟାଙ୍ଗକୁ ଦୁଷ୍କର୍ମ, ବଇରୀ ସାଜିଲା ସମ୍ପର୍କୀୟ ଦାଦା

ଖଇରା (ବଡ଼ ଖବର ବ୍ୟୁରୋ): ଖଇରାରେ ଲଜ୍ଜ୍ୟା । ବଇରୀ ସାଜିଲା ସମ୍ପର୍କୀୟ ଦାଦା । ପ୍ରଥମେ ଭଲପାଇବା, ପରେ ଶାରିରୀକ ସମ୍ପର୍କ ଏବଂ ଶେଷରେ ଧୋକା । ଏପରି ଲଜ୍ଜ୍ୟାଜନକ ଘଟଣା ଘଟିଛି କୁଟୁରିପାଳ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କ ସହିତ । ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର କୁଟୁରୀପାଳ ଗାଁର ଜନୈକ ଦିବ୍ୟାଙ୍ଗ ନାବାଳିକାଙ୍କୁ ସେହି ଗାଁର କୈଳାସ ସେଠୀଙ୍କ ପୁଅ ପ୍ରଦୀପ ସେଠୀ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ ।

ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଅନ୍ତଃସତ୍ୱା ମଧ୍ୟ କରିଥିଲେ । ଦିବ୍ୟାଙ୍ଗ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ପ୍ରଦୀପ ବିବାହ କରିବାକୁ ମନା କରି ଦେଇଥିଲେ । ଶେଷରେ ଖଇରା ଥାନାରେ ଦ୍ବାରସ୍ଥ ହୋଇଥିଲେ ଦିବ୍ୟାଙ୍ଗ ନାବାଳିକା ଜଣକ। ଏନେଇ ଖଇରା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏବେ ସମ୍ପୃକ୍ତ ଯୁବକ ଫେରାର ଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ