Masthead

ଦିବ୍ୟାଙ୍ଗକୁ ଦୁଷ୍କର୍ମ, ବଇରୀ ସାଜିଲା ସମ୍ପର୍କୀୟ ଦାଦା

ଖଇରା (ବଡ଼ ଖବର ବ୍ୟୁରୋ): ଖଇରାରେ ଲଜ୍ଜ୍ୟା । ବଇରୀ ସାଜିଲା ସମ୍ପର୍କୀୟ ଦାଦା । ପ୍ରଥମେ ଭଲପାଇବା, ପରେ ଶାରିରୀକ ସମ୍ପର୍କ ଏବଂ ଶେଷରେ ଧୋକା । ଏପରି ଲଜ୍ଜ୍ୟାଜନକ ଘଟଣା ଘଟିଛି କୁଟୁରିପାଳ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କ ସହିତ । ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର କୁଟୁରୀପାଳ ଗାଁର ଜନୈକ ଦିବ୍ୟାଙ୍ଗ ନାବାଳିକାଙ୍କୁ ସେହି ଗାଁର କୈଳାସ ସେଠୀଙ୍କ ପୁଅ ପ୍ରଦୀପ ସେଠୀ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ ।

ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଅନ୍ତଃସତ୍ୱା ମଧ୍ୟ କରିଥିଲେ । ଦିବ୍ୟାଙ୍ଗ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ପ୍ରଦୀପ ବିବାହ କରିବାକୁ ମନା କରି ଦେଇଥିଲେ । ଶେଷରେ ଖଇରା ଥାନାରେ ଦ୍ବାରସ୍ଥ ହୋଇଥିଲେ ଦିବ୍ୟାଙ୍ଗ ନାବାଳିକା ଜଣକ। ଏନେଇ ଖଇରା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏବେ ସମ୍ପୃକ୍ତ ଯୁବକ ଫେରାର ଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ