Masthead

ଭୁବନେଶ୍ୱର-ପାଟନା ମଧ୍ୟରେ ସିଧାସଳଖ ଉଡାଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଞ୍ଚଳିକ ସଂଯୋଗକୁ ମଜବୁତ କରିବା ପାଇଁ ଭାରତର ବୃହତ୍ତମ ଏୟାରଲାଇନ୍ସ ଇଣ୍ଡିଗୋ ମେ ୧ରୁ ଭୁବନେଶ୍ୱର ଏବଂ ପାଟନା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିଛି। ଦୈନିକ ବିମାନ ଉଡ଼ାଣ ଉଭୟ ସହରରୁ ରାତି ୧୦: ୪୫ ରେ ଛାଡି ସକାଳ ୧୨:୩୫ ରେ ଅବତରଣ କରିବ ।

ଭୁବନେଶ୍ୱର ଠାରୁ ପାଟନା ପର୍ଯ୍ୟନ୍ତ ୩,୮୧୧ ଟଙ୍କା ଥିବାବେଳେ ପାଟନା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୩,୫୮୦ ଟଙ୍କା ହେବ ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି। ଏହି ବିମାନଗୁଡିକ ୨୨ ଟି ନୂତନ ବିମାନର ଅଂଶ । ଯାହାକି ଇଣ୍ଡିଗୋ ଭାରତର ପ୍ରମୁଖ ଆଞ୍ଚଳିକ ସହରଗୁଡ଼ିକୁ ସଂଯୋଗ କରିବା ପାଇଁ ଉଦ୍ୟମ କରିଛି । ଭୁବନେଶ୍ୱର-ପାଟନା ବ୍ୟତୀତ ଇଣ୍ଡିଗୋ ଆରସିଏସ ଯୋଜନା ଅନ୍ତର୍ଗତ ଅଗରତାଲା – ଆଇଜୱାଲ ଏବଂ ଜୟପୁର-ଭଦୋଦରା, ଚେନ୍ନାଇ-ଭଦୋଦରା, ବେଙ୍ଗାଲୁରୁ-ଶିର୍ଡି, ପାଟନା-କୋଚି ଏବଂ ରାଜହମୁଣ୍ଡ୍ରି-ତିରୁପତି ମଧ୍ୟରେ ନୂତନ ବିମାନ ଚଳାଚଳ କରିବ।

କୋଲକାତା-ଗୟା, କୋଚିନ୍-ତ୍ରିଭାନ୍ଦ୍ରମ, ଜୟପୁର-ସୁରଟ, ଚେନ୍ନାଇ-ସୁରଟ ମଧ୍ୟରେ ବିମାନ ସେବା ମଧ୍ୟ ଆରମ୍ଭ ହେବ। ଇଣ୍ଡିଗୋ ମୁଖ୍ୟ ରଣନୀତି ଏବଂ ରାଜସ୍ୱ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, “ଏହି ନୂତନ ଏକ୍ସକ୍ଲୁସିଭ୍ ରୁଟ୍ ଗୁଡିକର ପରିଚୟ ବିମାନର ଘରୋଇ ନେଟୱାର୍କକୁ ଆହୁରି ବଢାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ