Masthead

ରାଜ୍ୟସରକାରଙ୍କୁ ବରଖାସ୍ତ କରନ୍ତୁ ରାଷ୍ଟ୍ରପତି

ଇମ୍ଫାଲ(ବଡ଼ ଖବର ବ୍ୟୁରୋ): ମଣିପୁର ଲଜ୍ଜାକୁ ନେଇ ଚାରିଆଡେ ଲାଗି ରହିଛି ଅସନ୍ତୋଷ । ବିରୋଧୀମାନଙ୍କ ବିରୋଧ ମଧ୍ୟ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ବିଜେପି । ବୁଧବାର ଦୁଇ କୁକି ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇବା ତଥା ଯୌନ ନିର୍ୟାତନା ଦେବା ପ୍ରସଙ୍ଗରେ ଉଠୁଛି ପଡୁଛି ରାଜରାସ୍ତା । ସରଗରମ ହୋଇଛି ଗୃହ । ସେପଟେ ମଣିପୁର ସ୍ଥିତିକୁ ନେଇ ସରକାର ଆଦୌ ଗମ୍ଭୀର ନୁହନ୍ତି।

ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ବିଜେପି ସରକାରକୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସଭାର କଂଗ୍ରେସ ଉପନେତା ପ୍ରମୋଦ ତିୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମଣିପୁର ଉପରେ ବିରୋଧୀ ବିସ୍ତୃତ ବିତର୍କ ଦାବି କରୁଥିବାବେଳେ ସରକାର ନାମକୁ ମାତ୍ର ସଂକ୍ଷିପ୍ତ ଆଲୋଚନା ଚାହୁଁଛନ୍ତି। ଆଲୋଚନାରୁ କିଏ ପଳାୟନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ହେଉଛି।

ସରକାର ଏହା ଉପରେ ସମ୍ବେଦନଶୀଳ ଥିଲେ ମଙ୍ଗଳବାର ଆଲୋଚନା ଆରମ୍ଭ ହେଉ। ସମସ୍ତ ଦଳକୁ ମତ ରଖିବାକୁ ଦିଆଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ବିବୃତି ରଖନ୍ତୁ। ସେ ଯଦି ବାହାରେ କହିପାରୁଛନ୍ତି ତେବେ ଗୃହ ଭିତରେ କାହିଁକି ବିବୃତି ଦେଇପାରିବେ ନାହିଁ ବୋଲି ତିୱାରୀ ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ