Masthead

ଗୁରୁ ଦିବସରେ ଗୁରୁଙ୍କୁ ଅସମ୍ମାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁରୁ ଦିବସରେ ଗୁରୁଙ୍କୁ ଅସମ୍ମାନ । ଖରା ବର୍ଷା ସହିତ ଦିନ ରାତି ରାସ୍ତା ଉପରେ ପ୍ରତିବାଦ କରୁଛନ୍ତି ଗୁରୁ । ଏ ଦୃଶ୍ୟ ଭୁବନେଶ୍ୱର ଲୋଏର ପିଏମଜିର । ସରକାରଙ୍କ ପାତର ଅନ୍ତର ନୀତିକୁ ବିରୋଧ କରି ଏମିତି ଧାରଣାରେ ବସିଛନ୍ତି ୧୭୭ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ । ନିଜ ହକ ପାଇବାରୁ ଏମାନଙ୍କୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ବିନା ପାରିଶ୍ରମିକରେ ଦେଶର ଭବିଷ୍ୟତଙ୍କୁ ଗଢୁଥିବା ଏ ଶିକ୍ଷକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ । ୨୦୧୩ ମସିହାରେ ରାଜ୍ୟର କିଛି ସ୍କୁଲ ଯୋଗ୍ୟ ବିବେଚିତ ହୋଇଥିଲେ ।

କିନ୍ତୁ ୨୦୧୫ରେ ୩୯୯ ସ୍କୁଲକୁ ସରକାରୀ ଅନୁଦାନ ପ୍ରଦାନ କରିଥିବା ବେଳେ ବାକି ୧୭୭ ସ୍କୁଲକୁ ବିଭିନ୍ନ ଆଳ ଦେଖାଇ ଅନୁଦାନ ପାଇବାରୁ ବଞ୍ଚିତ କରିଥିଲେ ରାଜ୍ୟ ସରକାର । ନିଜର ଶ୍ରମ ଦେଇ ସମାଜ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠକିଛନ୍ତି ସରକାର । ସେପଟେ ଏହି ସ୍କୁଲ ଗୁଡିକୁ ତୁରନ୍ତ ଅନୁଦାନ ଦେବା ପାଇଁ ରାଜ୍ୟର ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଗୃହରେ ଏକଥା ଉଠାଇଛନ୍ତି । ଖାଲି ଉଠାଇ ନାହାଁନ୍ତି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି ।

ଖାଲି ମାଧ୍ୟମିକ ଶିକ୍ଷକ ନୁଁହନ୍ତି , ଆଶାୟୀ କନିଷ୍ଠ ଶିକ୍ଷକ ସଂଘ, ଭିନ୍ନକ୍ଷମ ସ୍କୁଲ ଶିକ୍ଷକ ସଂଘ ସମସ୍ତେ ନିଜ ନିଜ ଦାବି ଜଣାଇ ଲୋଏର ପିଏମଜିରେ ଧାରଣାରେ ବସିଥିଲେ । ସମସ୍ତଙ୍କ ଦାବି ସରକାର ତାଙ୍କୁ ଅଣଦେଖା କରୁଛନ୍ତି । ସରକାର ତୁରନ୍ତ ଏମାନଙ୍କ ଦାବି ପୂରଣ କରିବାକୁ ସାଧାରଣରେ ମଧ୍ୟ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ