ପୂରଣ ହେଲା ମାନସିକ, ଜୋତା ପିନ୍ଧାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ମାନସିକ ପୂରଣ ହେଲା, ଜୋତା ପିନ୍ଧିଲେ । ୬ ବର୍ଷ ପରେ ପାଦରେ ଜୋତା ପିନ୍ଧିଲେ । ନିର୍ବାଚନରେ ବିଜେପି କ୍ଷମତାକୁ ଆସୁ ବୋଲି ମାନସିକ ରଖିଥିଲେ । ସେବେ ଠାରୁ ସେ ଖାଲି ପାଦରେ ଚାଲୁଥିଲେ । ମଧ୍ୟପ୍ରଦେଶର ଅନୁପୁର ବିଜେପି ଜିଲ୍ଲା ସଭାପତି ରାମଦାସ ପୁରୀ । ଆସନ୍ତା ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପିର ବିଜୟ କାମନା କରି ରାମଦାସ ପୁରୀ ଜୋତା ପିନ୍ଧିବେନି ବୋଲି ୨୦୧୭-୧୮ ମସିହାରେ ମାନସିକ ରଖିଥିଲେ ।

ସେହି ଦିନଠାରୁ ସେ ଜୋତା କି ଚପଲ କିଛି ବି ବ୍ୟବହାର କରୁନଥିଲେ । ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ମାନସିକ ପୂରଣ ହେବା ପରେ ଅନୁପୁର ବିଜେପି ଜିଲ୍ଲା ସଭାପତି ରାମଦାସ ପୁରୀଙ୍କୁ ଜୋତା ପିନ୍ଧାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ବିଜେପିର ବିରାଟ ବିଜୟ ହୋଇଛି । ୨୩୦ ଆସନରୁ ୧୬୫ ଆସନ ଅର୍ଥାତ ଦୁଇ ତୃତୀୟାଂଶରୁ ଅଧିକ ସିଟ୍ ଜିତିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’