Masthead

ଏପଟେ ହାହାକାର, ସେପଟେ ବିଧାୟକଙ୍କ ସିଙ୍ଗାପୁର ଟୁର୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗାରେ ତ୍ରାହିତ୍ରାହି, ବିଦେଶରେ ବିଧାୟକ । ଉତ୍ସବ ଆଗ ନା ଉଦ୍ଧାର? ଏପଟେ ହାହାକାର, ସେପଟେ ବିଧାୟକଙ୍କ ସିଙ୍ଗାପୁର ଟୁର । ଆଲର୍ଟରେ ଭୁବନେଶ୍ୱର, ବିଦେଶରେ ଭୁବନେଶ୍ୱର ମେୟର । ବାହାନଗା କାନ୍ଦୁଥିବା ବେଳେ କଟକ ମେୟର ମଧ୍ୟ ବିଦେଶରେ ଥିଲେ । ପ୍ରଶ୍ନ ଉଠୁଛି ଯେ ବିପଦ ବେଳେ କ’ଣ ଗସ୍ତ ବାତିଲ ହୋଇପାରିନଥାନ୍ତା? ମାନବିକତାର ଆହ୍ୱାନକୁ ଭୁଲି ଗଲେ କି ଲୋକପ୍ରତିନିଧି? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେଳେ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ସେଲିବ୍ରେସନ।

ବାହାନଗା ରେଳ ଟ୍ରାଜେଡି ବେଳେ କିଛି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା। ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ଶାସକ ଦଳର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର । ଏମିତିକି ଖୋଦ ସୋର ବିଧାୟକ ପର୍ଶୁରାମ ଧଡା ବି ବିଦେଶ ବୁଲୁଥିଲେ ଆଉ ଫଟୋ ଉଠାଉଥିଲେ । ଯାହାକୁ ଦୁର୍ଭାଗ୍ୟଜନକ କହି ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବାହାନଗା ପୀଡ଼ିତଙ୍କ ପାଇଁ ଯେତେବଳେ ସାରା ବିଶ୍ୱ ପ୍ରାର୍ଥନା କରୁଥିଲା, ସେତେବେଳେ ସିଙ୍ଗାପୁରରେ ଲୋକପ୍ରତିନିଧି ପାଳୁଥିଲେ ଓଡ଼ିଶା ଦିବସ ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ