Masthead

ହୋଲି କାର୍ଯ୍ୟକ୍ରମରେ ନେତାଙ୍କ ଭିତରେ ବର୍ଷିଲା ବିଧା ଗୋଇଠା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୋଲି କାର୍ଯ୍ୟକ୍ରମରେ ଧସ୍ତାଧସ୍ତି । କଂଗ୍ରେସ ନେତାମାନେ ନିଜ ନିଜ ଭିତରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ରବିବାର ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମରେ ଏହି ଘଟଣା ଦେଖିବାକୁ ମିଳିଛି । ପ୍ରଥମେ କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା ମାଡପିଟକୁ ବଢିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଅନୁଶାସନ କମିଟିର ଅଧ୍ୟକ୍ଷ ମହେନ୍ଦ୍ର ପ୍ରତାପଙ୍କ ଉପସ୍ଥିତିରେ ପୂରା ଡ୍ରାମା ଘଟୁଥିଲା। ବହୁ ମନାଇବା ପରେ ମଧ୍ୟ ମାମଲା ଶାନ୍ତ ହୋଇନଥିଲା ।

ଏମିତି ଘଟଣା ଦେଖିବା ପରେ ମହେନ୍ଦ୍ର ପ୍ରତାପ ମଞ୍ଚ ଛାଡି ପଳାଇଥିଲେ। ଏହି ମାଡପିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ନେତା ସୁମିତ ଗୌର ରବିବାର ସେକ୍ଟର -୧୮ର ହୁଡା ମାର୍କେଟରେ ଅବସ୍ଥିତ ତାଙ୍କ କାର୍ୟ୍ୟାଳୟରେ ହୋଲି ମଳନ ସମାରୋହ ଆୟୋଜନ କରିଥିଲେ। ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ପ୍ରତାପ ମଞ୍ଚ ଉପରେ ଭାଷଣ ଦେଉଥିଲେ। ଏହି ସମୟରେ, ତିଗାଓଁର ପୂର୍ବତନ ବିଧାୟକ ଲଲିତ ନାଗର ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ମଞ୍ଚ ସମ୍ମୁଖରେ ସୋଫାରେ ବସି ଲଲିତ ନାଗର ଏବଂ କଂଗ୍ରେସ ନେତା ମହେନ୍ଦ୍ର ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ମଧ୍ୟରେ ଏହି ମାମଲା ପାଟିତୁଣ୍ଡରେ ପରିଣତ ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି