Masthead

ହୋଲି କାର୍ଯ୍ୟକ୍ରମରେ ନେତାଙ୍କ ଭିତରେ ବର୍ଷିଲା ବିଧା ଗୋଇଠା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୋଲି କାର୍ଯ୍ୟକ୍ରମରେ ଧସ୍ତାଧସ୍ତି । କଂଗ୍ରେସ ନେତାମାନେ ନିଜ ନିଜ ଭିତରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ରବିବାର ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମରେ ଏହି ଘଟଣା ଦେଖିବାକୁ ମିଳିଛି । ପ୍ରଥମେ କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା ମାଡପିଟକୁ ବଢିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଅନୁଶାସନ କମିଟିର ଅଧ୍ୟକ୍ଷ ମହେନ୍ଦ୍ର ପ୍ରତାପଙ୍କ ଉପସ୍ଥିତିରେ ପୂରା ଡ୍ରାମା ଘଟୁଥିଲା। ବହୁ ମନାଇବା ପରେ ମଧ୍ୟ ମାମଲା ଶାନ୍ତ ହୋଇନଥିଲା ।

ଏମିତି ଘଟଣା ଦେଖିବା ପରେ ମହେନ୍ଦ୍ର ପ୍ରତାପ ମଞ୍ଚ ଛାଡି ପଳାଇଥିଲେ। ଏହି ମାଡପିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ନେତା ସୁମିତ ଗୌର ରବିବାର ସେକ୍ଟର -୧୮ର ହୁଡା ମାର୍କେଟରେ ଅବସ୍ଥିତ ତାଙ୍କ କାର୍ୟ୍ୟାଳୟରେ ହୋଲି ମଳନ ସମାରୋହ ଆୟୋଜନ କରିଥିଲେ। ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ପ୍ରତାପ ମଞ୍ଚ ଉପରେ ଭାଷଣ ଦେଉଥିଲେ। ଏହି ସମୟରେ, ତିଗାଓଁର ପୂର୍ବତନ ବିଧାୟକ ଲଲିତ ନାଗର ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ମଞ୍ଚ ସମ୍ମୁଖରେ ସୋଫାରେ ବସି ଲଲିତ ନାଗର ଏବଂ କଂଗ୍ରେସ ନେତା ମହେନ୍ଦ୍ର ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ମଧ୍ୟରେ ଏହି ମାମଲା ପାଟିତୁଣ୍ଡରେ ପରିଣତ ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି