Masthead

ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ଇଡି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଦୀର୍ଘ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡ଼ି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ସେପଟେ ଇଡି ବିପକ୍ଷରେ ହେମନ୍ତ ସୋରେନ ହାଇକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଧ୍ୟ ସକାଳ ୧୦ଟାରେ ଶୁଣାଣି ହୋଇପାରେ । ‘ଜୀବନ ଏକ ବଡ଼ ଯୁଦ୍ଧ । ମୁଁ ପ୍ରତି ମୁହୂର୍ତ୍ତରେ ଲଢ଼ି ଚାଲିଛି। ଜିତିବା, ହାରିବାର ମୂଲ୍ୟ କିଛି ନାହିଁ। ମୋର କାହାକୁ ଭୟ ନାହିଁ।

ଏସବୁ ଛୋଟ ଛୋଟ ଘଟଣା ମୋତେ ଦୋହଲାଇ ପାରିବ ନାହିଁ। ଲଢ଼େଇ ଜାରି ରହିବ । ମୁଁ ମୋ ରାଜ୍ୟବାସୀଙ୍କ ହୃଦୟର ଯନ୍ତ୍ରଣାକୁ ଏପରି ବ୍ୟର୍ଥ ହେବାକୁ ଦେବିନି । ମୁଁ କେବେ ବି ନଇଁବି ନାହିଁ, କେବେ ବି ହାର ମାନିବି ନାହିଁ।, ଜୟ ଝାଡ଼ଖଣ୍ଡା।’ ଗିରଫ ହେବା ପୂର୍ବରୁ ନିଜ ଏକ୍ସ ରେ ଏପରି ଭାବେ ମନର ଭାବନାକୁ ଉପସ୍ଥାପନ କରିଥିଲେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ଗିରଫ ପରେ ଇଡି ହାଜତରେ ହେମନ୍ତଙ୍କ ପ୍ରଥମ ରାତି କଟିଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଇଡି ରିମାଣ୍ଡ ଆବେଦନ କରିବ ।ଗିରଫ ପରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଇଡିକୁ ଅସ୍ତ୍ର କରି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ