Masthead

‘ବିବିସି’ ନାଁରେ ‘ଏଫ୍‌ଇଏମ୍‌ଏ’ ମାମଲା ରୁଜୁ କଲା ‘ଇଡି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖବର ପ୍ରସାରଣକାରୀ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି। ବିଦେଶୀ ପାଣ୍ଠି ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଆଇନ (ଏଫଇଏମଏ) ଅନୁଯାୟୀ ଇଡି ବିବିସି ଇଣ୍ଡିଆ ବିରୋଧରେ ମାମଲା ପଞ୍ଜୀକୃତ କରିଛି। ସୂଚନା ଅନୁସାରେ ଅନୁସନ୍ଧାନକାରୀ ସଂସ୍ଥା ଫେମାର ବ୍ୟବସ୍ଥା ଅନୁଯାୟୀ କିଛି ବିବିସି ଅଧିକାରୀଙ୍କଠାରୁ ଦଲିଲ ଏବଂ ବିବୃତ୍ତିର ରେକର୍ଡିଂ ମଧ୍ୟ ମାଗିଛି।

କମ୍ପାନୀ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫଡିଆଇ) ଉଲ୍ଲଂଘନ ବିଷୟରେ ମଧ୍ୟ ଇଡି ଯାଞ୍ଚ କରୁଛି। କିଛି ମାସ ପୂର୍ବେ ଗୁଜୁରାଟ ଦଙ୍ଗା ଉପରେ ଡକ୍ୟୁମେଣ୍ଟାରୀକୁ ନେଇ ବିବିସି ବିବାଦ ଘେରକୁ ଆସିଥିଲା। ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଉପରେ କେନ୍ଦ୍ର ସରକାର ବାରଣ କରିଥିଲେ। ଆୟକର ବିଭାଗ ଚଳିତ ବର୍ଷ ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ