Masthead

ଟିଏମସି ନେତାଙ୍କ ଘରେ ପୁଣି ଇଡି ରେଡ

କୋଲକାତା (ବଡ଼ ଖବର ବ୍ୟୁରୋ): ଆକ୍ସନ ମୋଡ଼ରେ ଇଡି। ଟିଏମସି ନେତା ଶାହଜହାନଙ୍କ ଘରେ ପୁଣି ଇଡିର ଚଢାଉ। ସକାଳୁ ସକାଳୁ ଚଢାଉ କରିଛି ଇଡି। ରାସନ ଘୋଟଲା ମାମଲାରେ ପଶ୍ଚିମବଙ୍ଗରେ ଆଜି ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ଉତ୍ତର ୨୪ ପରଗଣା ସନ୍ଦେଶଖାଲି ସ୍ଥିତ ତୃଣମୂଳ କଂଗ୍ରେସ ନେତା ଶାହଜହାନ ଶେଖଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ଇଡି ଶାହଜହାନଙ୍କ ଘରର ତାଲା ଭାଙ୍ଗି ଘରେ ପଶିଥିବାର ସୂଚନା ମିଳିଛି ।

ଇଡି ସହ ସେଣ୍ଟ୍ରାଲ ଫୋର୍ସର ୧୦୦ ଜଣ ଯବାନ ନେତାଙ୍କ ଘରକୁ ଘେରି ରଖିଛନ୍ତି । ଏହା ସହ ଇଡି ପକ୍ଷରୁ ଲୁକ୍‌ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଛି । ପୂର୍ବରୁ ରାଶନ ଘୋଟାଲା ମାମଲାରେ ଠିକ୍ ୧୯ ଦିନ ପୂର୍ବରୁ ଇଡି ପକ୍ଷରୁ ଟିଏମସି ନେତା ଶହାଜହାନ ଶେଖଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେଠାରେ ଟିଏମସି ନେତାଙ୍କ ସମର୍ଥକମାନେ ଇଡ଼ି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ଅଧିକାରୀ ଆହତ ହୋଇଥିଲେ ।

ବୁଧବାର ସକାଳୁ ସକାଳୁ ଇହି ଅଧିକାରୀମାନେ ଟିଏମସି ନେତାଙ୍କ ଘରେ ପହଂଚିବା ପରେ ସ୍ଥାନୀୟ ପୋଲିସ ଆସି ଇଡି ଅଧିକାରୀଙ୍କୁ ସର୍ଚ୍ଚ ୱାରେଣ୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ । ପରେ ଟିଏମସି ନେତାଙ୍କ ଘରର ତାଲା ଭାଙ୍ଗି ଇଡି ଅଧିକାରୀମାନେ ପ୍ରବେଶ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି