Masthead

କୋର୍ଟରେ ଚାଲିଥିଲା କଥା କଟାକଟି, ବିଚାରପତିଙ୍କୁ ଜୋତା ଫୋପାଡିଲେ ଓକିଲ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): କୋର୍ଟରେ ଚାଲିଥିଲା କଥା କଟାକଟି। ଟାର୍ଗେଟ ଆସିଲେ ଜଜ। ନିୟନ୍ତ୍ରଣ ହରାଇଲେ ଓକିଲ। ବିଚାରପତିଙ୍କ ଉପରକୁ ଫୋପାଡିଲେ ଜୋତା। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଆଗର ଜିଲ୍ଲା ଅଦାଲତରେ। ଆଗର ମାଲବା ଜିଲ୍ଲା ନ୍ୟାୟଳୟରେ ସୋମବାର ଅତିରିକ୍ତ ବିଚାରପତି ପ୍ରଦୀପ ଦୁବେଙ୍କ ଅଦାଲତରେ ଶୁଣାଣି ଚାଲିଥିଲା। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା।

ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ଓକିଲ ନିତିନ ଅଟଳ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିଥିଲେ। ମାତ୍ର ଠିକ୍‌ ସମୟରେ ବିଚାରପତି ନଇଁ ପଡ଼ିବାରୁ ଜୋତା ତାଙ୍କ ଉପରେ ବାଜି ନ ଥିଲା। ଏନେଇ ବିଚାରପତି ଜଣକ ସଙ୍ଗେସଙ୍ଗେ ପୁଲିସ୍‌କୁ ଅବଗତ କରିଥିଲେ। ଆଗର ଜିଲ୍ଲାପାଳ, ଏସପିଙ୍କ ସମେତ ପୁଲିସ୍‌ ଅଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଓକିଲ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର