କୋର୍ଟରେ ଚାଲିଥିଲା କଥା କଟାକଟି, ବିଚାରପତିଙ୍କୁ ଜୋତା ଫୋପାଡିଲେ ଓକିଲ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): କୋର୍ଟରେ ଚାଲିଥିଲା କଥା କଟାକଟି। ଟାର୍ଗେଟ ଆସିଲେ ଜଜ। ନିୟନ୍ତ୍ରଣ ହରାଇଲେ ଓକିଲ। ବିଚାରପତିଙ୍କ ଉପରକୁ ଫୋପାଡିଲେ ଜୋତା। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଆଗର ଜିଲ୍ଲା ଅଦାଲତରେ। ଆଗର ମାଲବା ଜିଲ୍ଲା ନ୍ୟାୟଳୟରେ ସୋମବାର ଅତିରିକ୍ତ ବିଚାରପତି ପ୍ରଦୀପ ଦୁବେଙ୍କ ଅଦାଲତରେ ଶୁଣାଣି ଚାଲିଥିଲା। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା।

ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ଓକିଲ ନିତିନ ଅଟଳ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିଥିଲେ। ମାତ୍ର ଠିକ୍‌ ସମୟରେ ବିଚାରପତି ନଇଁ ପଡ଼ିବାରୁ ଜୋତା ତାଙ୍କ ଉପରେ ବାଜି ନ ଥିଲା। ଏନେଇ ବିଚାରପତି ଜଣକ ସଙ୍ଗେସଙ୍ଗେ ପୁଲିସ୍‌କୁ ଅବଗତ କରିଥିଲେ। ଆଗର ଜିଲ୍ଲାପାଳ, ଏସପିଙ୍କ ସମେତ ପୁଲିସ୍‌ ଅଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଓକିଲ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ