Masthead

ଇଡିରେ ହାଜର ହେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ଇଡିରେ ହାଜର ହେଲେ ଟିଏମସି ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ ନେଇ ନୋଟିସ ଜାରି କରିଥିଲା । କୋଇଲା ଦୁର୍ନୀତି ମାମଲାରେ ନୂଆଦିଲ୍ଲୀ ଜାମନଗର ସ୍ଥିତ ଇଡି ଅଫିସରେ ସେ ଆଜି ପହଞ୍ଚିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଏହି ଦୁର୍ନୀତି ମାମଲାରେ ପଚରାଉଚରା କରୁଛି ।

ତେବେ ଏପଟେ ଗତକାଲି କୋଲକାତା ବିମାନ ବନ୍ଦରରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ମମତା ବାନାର୍ଜୀ କହିଛନ୍ତି ଯେ , କୌଣସି ବେଆଇନ ଆର୍ଥିକ ମାମଲାରେ ତାଙ୍କର ଯଦି କୌଣସି ସମ୍ପୃକ୍ତି ଥାଏ ତେବେ ସେ ଫାସୀ ଦେଇଦେବେ । ପୂର୍ବରୁ ଇଡି ଏହି କୋଇଲା ଦୁର୍ନୀତି ମାମଲାରେ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ଉଭୟଙ୍କୁ ସମନ ପାଇଁ ନୋଟିସ ଜାରିକରିଥିଲା । କିନ୍ତୁ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ଇଡି ସମ୍ମୁଖରେ ହାଜର ହେବା ପାଇଁ ମନା କରିଦେଇଥିଲେ ।

ସେପଟେ ଇଡିର ଏଭଳି ଡାକରାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗିଯାଇଛନ୍ତି । ମୋଦୀ ସରକାରଙ୍କୁ ସେ କଡା ଭାଷାରେ ସମାଲୋଚନା କରିଛନ୍ତି । ଆଉ କହିଛନ୍ତି ଯେ ମୋଦି ଦେଶର ସଂଘୀୟ ସରକାରକୁ ନଷ୍ଟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ