Masthead

ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର

ବରଗଡ଼ (ବଡ଼ ଖବର ବ୍ୟୁରୋ): ବାରଣ୍ଡା ଓ ଅଟୋ ପାଲଟିଛି ପ୍ରସବକେନ୍ଦ୍ର । ବିଶ୍ୱାସ ନ ହେଲେ ମଧ୍ୟ କଥାଟି ସତ । ବରଗଡ଼ ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶନିବାର ଭୋରରେ ଏଭଳି ଅଭାବନୀୟ ଘଟଣା ବରଗଡ଼ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଘଟିଛି । ବରଗଡ଼ ନିକଟସ୍ଥ ତୋରା ଗ୍ରାମର ନେତ୍ରାନନ୍ଦ ମହାପାତ୍ର ସ୍ତ୍ରୀ ଜ୍ୟୋର୍ତିମୟୀଙ୍କୁ ପୁରୁଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର କୋଭିଡ୍ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନ ଥିଲେ । ପ୍ରସୂତି କକ୍ଷରେ ବନ୍ଦ ଥିଲା । କେହି ତାଙ୍କ କଥା ଶୁଣି ନ ଥିଲେ ।

ଦୀର୍ଘ ସମୟ ହଇରାଣ ହେବା ପରେ ଶେଷରେ ଅଟୋରେ ପ୍ରସବ କରାଇଥିଲେ । ସେହିପରି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନା ସ୍ତ୍ରୀ ଲଳିତାକୁ ମେଡିକାଲକୁ ଆଣିଥିଲେ ପରିବାର ଲୋକେ । ଡାକ୍ତରଙ୍କୁ ଅପେକ୍ଷା କରିଥିଲେ ସୁଦ୍ଧା ଦେଖା ମିଳି ନ ଥିଲା । ମାତୃ ମଙ୍ଗଳକେନ୍ଦ୍ର ବାରଣ୍ଡାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି ଅବହେଳାକୁ ସାଧାରଣରେ ନିନ୍ଦା କରାଯାଇଛି ।
ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଖେଦାପାଲିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବାନ ସିଏଚସି ଭାବରେ ଘୋଷଣା କରାଯାଇଛି । ଗର୍ଭବତୀ ତଥା ନବଜାତକ ସନ୍ତାନ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତା ସତ୍ୱେ ମଧ୍ୟ ବରଗଡ଼ ସଦର ମହକୁମାରେ ପ୍ରସୂତି ଜଣେ ପ୍ରସୂତି ବାରଣ୍ଡା ଓ ଅନ୍ୟଜଣେ ପ୍ରସୂତି ଅଟୋରେ ଶିଶୁ ଜନ୍ମ ଘଟଣା ଜିଲ୍ଳାର ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା