Masthead

ହ୍ୱାଇଟ ହାଉସରେ ମୋଦି, ଦୁଇ ନେତା ପରସ୍ପରକୁ ଦେଲେ ଉପହାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମେରିକାର ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ବାଇଡେନ୍ । ମୋଦିଙ୍କ ସମ୍ମାନାର୍ଥେ କରାଯାଇଛି ଏକ ନୈଶ ଭୋଜିର ଆୟୋଜନ । ଭେଟିବା ପରେ ଦୁଇ ନେତା ପରସ୍ପରକୁ ଦେଇଛନ୍ତି ଉପହାର । ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି ନରେନ୍ଦ୍ର ମୋଦି। କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି ।

କେବଳ ଏତିକି ନୁହଁ, ପଞ୍ଜାବର ଘିଅ, ଝାଡଖଣ୍ଡର ଟସର କପଡା, ଉତରଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି । ଏହା ସହ ଏକ ଚନ୍ଦନ ପେଡ଼ି ମଧ୍ୟ ଉପହାରରେ ରହିଛି । ଏହି ଚନ୍ଦନ ପେଡିରେ ରହିଛି, ରୂପାର ଗଣେଶ ମୂର୍ତି, ରୁପାର ତେଲ ଦୀପ ଓ ରୂପାର ନଡ଼ିଆ । ସେହିପରି ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ଗ୍ରୀନ୍ ୭.୫ କ୍ୟାରେଟ ଡାଇମଣ୍ଡ ଉପହାର ଭାବେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମୀରରେ ତିଆରି ହୋଇଥିବା ଏକ ଆକର୍ଷଣୀୟ ଛୋଟ ପେଡିରେ ଏହି ହୀରାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୋଦୀଙ୍କୁ ମଧ୍ୟ ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମୋଦିଙ୍କୁ ଏକ ସ୍ୱତନ୍ତ୍ର କ୍ୟାମେରା ଓ ପୁସ୍ତକ ଉପହାର ଭାବେ ଦେଇଛନ୍ତି ବାଇଡେନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା