Masthead

ଦିନରେ ଗରମ ଓ ରାତିରେ ଅନ୍ଧାରରେ ଛଟପଟ ଲୋକେ

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ଦିନେ କି ଦୁଇ ଦିନ ନୁହେଁ। ଦଶ ଦିନ ଧରି ଅନ୍ଧାରରେ ପୂରା ଗାଁ। ଗୋଟିଏ ପଟେ ଟାଟା ପାଓ୍ବାର ଅନ୍ୟ ପଟେ ଜମି ସମସ୍ୟା। ଏହାରି ଭିତରେ ବାଟବଣା ହୋଇଛି ଟାଟା ପାଓ୍ବାର। ଲୋକେ ଦିନରେ ଗରମ ଓ ରାତି ଅନ୍ଧାରରେ ଛଟପଟ ହେଉଛନ୍ତି। ଗୋଟିଏ ପରିବାରର ମନମାନି ପାଇଁ ନାକେଦମ ହେଲେଣି ଗାଁ ଲୋକେ। ଏମିତିକି ସରକାରୀ ଜମିକୁ ଜବରଦଖଲ କରି ବସାଇ ଦେଉନି ବିଦ୍ୟୁତ ଟ୍ରାନ୍ସଫର୍ମର। ଏଭଳି ଚିତ୍ର ଆସିଛି ବଡ଼ଚଣା ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ହାଟକରନ୍ଦା ଗ୍ରାମରୁ।

ଦୀର୍ଘ ଦଶ ଦିନ ଧରି ଅନ୍ଧାରରେ ପୂରା ଗାଁ ରହିବା ପରେ ଲୋକେ ଆଜି ବଡ଼ଚଣା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏହାର ମୂଳ ସମଧାନ ପାଇଁ ଗ୍ରାମର ମୁରବୀ ବୁଦ୍ଧିଜୀବୀ ଓ ଯୁବକ ଏକତ୍ରିତ ହୋଇ ଧାରଣାରେ ବସି ରହିବା ସହିତ ଟାଟା ପାଓ୍ବାରର ମନମାନି ଉପରେ ନାରାବାଜି କରିଥିଲେ। ଏ ନେଇ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଗୋପାଳ ମହାପାତ୍ର କହିଛନ୍ତି, ଗାଁରେ ଜମି ସମସ୍ୟା ଥିବାରୁ ଟ୍ରାନ୍ସଫର୍ମରର ବସିପାରୁନି, ଗ୍ରାମବାସୀମାନେ ଏହାର ସମାଧାନ କଲେ ବିଦ୍ୟୁତ ସଂଯୋଗ ଖୁବଶୀଘ୍ର ଯୋଗାଇ ଦେବୁ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ! 🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!