ହାତୀ ଉପଦ୍ରବ, ଭାଙ୍ଗିଲା ସ୍କୁଲ ପାଚେରି

ବାଂଶପାଳ(ବଡ଼ ଖବର ବ୍ୟୁରୋ): ବାଂଶପାଳରେ ଦନ୍ତା ଉପଦ୍ରବ । ଭାଙ୍ଗିଲା ସ୍କୁଲ ପାଚେରି । ନଷ୍ଟ କଲା କଦଳୀ ବଗିଚା । କିଛିଦିନ ହେବ ବାଂଶପାଳ ବ୍ଲକ କାଞ୍ଜିପାଣି ବିଟ ନିକଟସ୍ଥ ଶଙ୍କରେଇ ଗ୍ରାମ ଜଙ୍ଗଲରେ ଥିବା ଗୋଟିଏ ଗୋଠଛଡା ଦନ୍ତାହାତୀ ସନ୍ଧ୍ୟା ହେବା ମାତ୍ରେ ଗାଁ ମୁହାଁ ହେଉଛି । ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ସହ ଉପଦ୍ରବ ଚଳାଇଛି । ଶଙ୍କରେଇ ସ୍କୁଲ ପାଚେରି ଭାଙ୍ଗିବା ସହ ୩୦୦ ଉର୍ଦ୍ଧ୍ୱ କଦଳୀଗଛ ଦଳି ମକଚି ନଷ୍ଟ କରି ଦେଇଛି । ବନବିଭାଗ ହାତୀ ଘଉଡେଇବାରେ ଅସମର୍ଥ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ହାତୀ ଭୟରେ ଲୋକମାନେ ଭୟଭୀତ ହୋଇ ରାତିସାରା ଜଗିରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’