Masthead

ପୁରୀରେ ଇଭିଏମ ଟେଷ୍ଟିଂ ଆରମ୍ଭ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ନୂଆ ଇଭିଏମଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମରେ ରଖାଯାଇଥିଲା। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଇଭିଏମ ଗୋଦାମ ଖୋଲାଯାଇଥିଲା।

ଏହି ଟେଷ୍ଟିଂ କାର୍ଯ୍ୟକୁ ପିକେଡିଏର ସମ୍ପାଦକ ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଓ ଓଡ଼ିଶା ପ୍ରଶାସନିକ ସେବାର ପ୍ରୋବେସନର ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ୬୦ଟି ଟିମ ମାଧ୍ୟମରେ ଟେଷ୍ଟିଂ କରାଯାଉଛି। ନୂଆ ମେସିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ୱଭାବିକ ପ୍ରକ୍ରିୟା। ଟେଷ୍ଟିଂରେ ଯେଉଁ ମେସିନ ଗୁଡିକରେ ସମସ୍ୟା ଥିବ ତାହାକୁ ଇସିଆଇଏଲର ଇଞ୍ଜିନିୟରମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ