ଯେଉଁଠି ଜନ୍ମ ନିଅନ୍ତି ଯାଆଁଳା….

(ବଡ଼ ଖବର ବ୍ୟୁରୋ): ଦୁନିଆରେ ଏଭଳି କିଛି ଅଜବ ଜିନିଷ ରହିଛି ଯାହକୁ ବିଶ୍ୱାସ କରିବା ସହଜ ହୋଇନଥାଏ । କିଛି ଏମିତି କଥା ଥାଏ ଯାହାକୁ ଲୋକ ସହଜରେ ଗ୍ରହଣ କରନ୍ତି ନାହିଁ । କେତେକ ସ୍ଥାନ ଅଛି ଯାହାକି ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ । ଯେଉଁଠି ସବୁବେଳେ କିଛି ବିଚିତ୍ର ଘଟଣା ଘଟିଥାଏ । ସେଭଳି ଏକ ଅଜବ ସ୍ଥାନ ହେଉଛି କେରଳର ମଲପପୁର ଜିଲ୍ଲାରେ ଥିବା କୋଡିହ୍ନି ଗାଁ । ଏଠରେ ଅଧିକାଂଶ ଯାଆଁଳା ଶିଶୁ ଜନ୍ମ ହେବାର ଦେଖିବାକୁ ମିଳେ ।

ପ୍ରାୟତଃ ଯାଆଁଳା ପିଲା ଏଠାରେ ଜନ୍ମ ହୋଇଥାନ୍ତି । ଗତ ୫୦ ବର୍ଷରେ ପ୍ରାୟ ୪୦୦ ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହେବାର ତଥ୍ୟ ମିଳିଛି । ଏପରିକି ଏହି ଯାଆଁଳା ପିଲାଙ୍କୁ ଦେଖିବା ପାଇଁ ଆଖପାଖ ଗାଁର ଲୋକେ ସେଠାକୁ ଚାଲିଆସନ୍ତି । ତେବେ ସେଠାରେ କାହିଁକି ଯାଆଁଳା ପିଲା ଜନ୍ମ ନିଅନ୍ତି ଏପରି କିଛି ତଥ୍ୟ ଜଣାପଡିନାହିଁ । ୨୦୧୬ ରେ କିଛି ରିସର୍ଚ୍ଚ ଟିମ୍ ଏହି ଗାଁକୁ ଆସି ଗାଁର ଜାଆଳା ପିଲାଙ୍କୁ ଏକାଠି କରିଥିଲା । କିନ୍ତୁ ରିସର୍ଚ୍ଚରେ କିଛି ତଥ୍ୟ ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ