Masthead

ପୁଲଓ୍ୱାମାରେ ଏନ୍‌କାଉଣ୍ଟର : ୨ ଆତଙ୍କବାଦୀ ନିହତ

(ବଡ଼ ଖବର ବ୍ୟୁରୋ): ଭାରତ ସୀମାକୁ ପ୍ରବେଶ କରିବାରେ ଲାଗିଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଧୀରେ ଧୀରେ ବଢିବାରେ ଲାଗିଛି । । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିୟନ୍ତ୍ରଣ ରେଖା ନିକଟରେ ଅନେକ ସମୟରେ ପାକିସ୍ତାନୀ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି । ବୁଧବାର ଭୋରରୁ ପୁଲୱାମା ସହରରେ ଭାରତୀୟ ଯବାନ ପକ୍ଷରୁ ଏନକାଉଣ୍ଟର କରାଯାଇଛି ।

ଏଠାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ବିଷୟରେ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା । ଏନକାଉଣ୍ଟର ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ଏବଂ ପୋଲିସ ନିୟୋଜିତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏହି ସୂଚନା ଦେଇଛି । ଏହାପୂର୍ବରୁ ଜୁଲାଇ ୮ରେ ପୁଲୱାମାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା 🔴 ଭିଜିଲାନ୍ସ ଜାଲରେ SDO 🔴 ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା 🔴 ଆଜି ଅଶୋକାଷ୍ଟମୀ, ଏକାମ୍ରକ୍ଷେତ୍ରରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ 🔴 ଆଗକୁ ବଢ଼ିପାରେ ତାତି 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା 🔴 ଭିଜିଲାନ୍ସ ଜାଲରେ SDO 🔴 ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା 🔴 ଆଜି ଅଶୋକାଷ୍ଟମୀ, ଏକାମ୍ରକ୍ଷେତ୍ରରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ 🔴 ଆଗକୁ ବଢ଼ିପାରେ ତାତି