Masthead

ଥାର୍ଡ ଡିଗ୍ରି ଯୁଗ ଶେଷ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଥାର୍ଡ ଡିଗ୍ରି ଯୁଗ ଶେଷ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା ଅନୁସାରେ, ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ଫୌଜଦାରୀ ଆଇନ(ସିଆର୍‌ପିସି) ଏବଂ ଭାରତୀୟ ପ୍ରମାଣ ଆଇନ (ଆଇଇଏ)ରେ ବ୍ୟାପକ ପରିବର୍ତ୍ତନ ଅଣାଯିବ। । ବର୍ତ୍ତମାନ  ଆଇନଗୁଡ଼ିକୁ ପ୍ରାସଙ୍ଗିକ କରାଯିବ ବୋଲି ଗାନ୍ଧୀନଗରଠାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ବିଶ୍ବବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ)ରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ଏ ନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଆଇନକୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯିବ। ଆଜିର ଆହ୍ବାନକୁ ମୁକାବିଲା କରିବା ପାଇଁ ନୂଆ ଧାରା ଯୋଡ଼ାଯିବ।

ସେହିଭଳି ଯେଉଁ ଅପରାଧ ପାଇଁ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡାଦେଶ ହେବାର ରହିଛି, ସେଭଳି ଅପରାଧ ସ୍ଥଳକୁ ଫରେନସିକ୍ ଟିମ୍‌ର ଗସ୍ତକୁ ବାଧ୍ୟତାମୂଳକ କରାଯିବା । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ସଂଖ୍ୟାରେ ମାନବ ସମ୍ବଳର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜ୍ଞାନଭିତ୍ତିକ ପ୍ରମାଣ ଆଧାରରେ ଫରେନ୍ସିକ ତଦନ୍ତ ଠିକ୍ ଭାବେ କରାଗଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା