Masthead

ସ୍ୱାଧୀନ ପ୍ରାର୍ଥୀ ପିଙ୍କି ହେଲେ ଢିଙ୍କିଆ ସରପଞ୍ଚ

ଏରସମା (ବଡ଼ ଖବର ବ୍ୟୁରୋ): ବହୁ ପ୍ରତିକ୍ଷୀତ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢ଼ିଙ୍କିଆ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଏହି ନିର୍ବାଚନରେ ମୋଟ ତିନି ଜଣ ପ୍ରାର୍ଥିନୀ ପ୍ରତିଯୋଗିତା କରୁଥିବା ବେଳେ ପିଙ୍କି ଦାସ ସମସ୍ତଙ୍କୁ ବହୁ ପଛରେ ପକାଇ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି । ଶ୍ରୀମତୀ ଦାସ ମୋଟ ୨୯୨୮ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀନୀ ଶାନ୍ତିଲତା ବେହେରା ୧୮୮୦ ଖଣ୍ଡ ପାଇ ଥିଲେ ।

ଶ୍ରୀମତୀ ଦାଶ ଏକ ହଜାର ପଚାଶ ଖଣ୍ଡ ଭୋଟରେ ଶ୍ରୀମତୀ ବେହେରାଙ୍କୁ ପରାଜିତ କରିଛନ୍ତି । ଅନ୍ୟତମ ପ୍ରାର୍ଥୀନୀ ବାସନ୍ତୀ ଖଟୁଆ ଅଠର ଶହ ଚାଳିଶ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି । ଏହା ସହ ସମସ୍ତ ୨୩ ଗୋଟି ୱାର୍ଡ ସଭ୍ୟସଭ୍ୟାଙ୍କ ନିର୍ବାଚନ ଫଳ ପ୍ରକାଶ ପାଇଛି । ମାତ୍ର ୧୯ ନମ୍ୱର୍ ୱାର୍ଡ ସଭ୍ୟା ପଦ ନିର୍ବାଚନ ଫଳକୁ ନେଇ ଅବୟନ୍ତି ଦାସ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ସ୍ଵାମୀ ରମେଶ ଦାସ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଧାରଣା ଦେଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’