Masthead

ମ୍ୟାଚ ହାରି ବି ହୃଦୟ ଜିତିଲେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହୃଦୟ ଜିତି ବିଶ୍ୱକପ ହାରିଗଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦ। ବିଶ୍ୱର ନମ୍ବର ୱାନ ଶତରଞ୍ଜ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍‌ ଶତରଞ୍ଜ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ପ୍ରଜ୍ଞାନନ୍ଦ ।

ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସନ ଟ୍ରାଏ ବ୍ରେକ୍‌ରେ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳିଙ୍କୁ ଟକ୍କର ଦେବା ସମଗ୍ର ଦେଶର ହୃଦୟ ଜିତିଥିଲେ। ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ ହୋଇଥିଲା।

ପ୍ରଥମ ଦୁଇ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ସମର୍ଥ ହୋଇଥିଲେ। ଦୁଇଟି ଲଢ଼େଇ ଡ୍ର ରହିବାରୁ ଆଜି ଟ୍ରାଏ ବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ତେବେ ଟ୍ରାଏ ବ୍ରେକରରେ ପ୍ରଜ୍ଞାନନ୍ଦ ସାମାନ୍ୟ ପଛରେ ପଡ଼ି ଯାଇଥିଲେ। ଏହାର ଫାଇଦା ଉଠାଇ କାର୍ଲସେନ ଫାଇନାଲରେ ବାଜି ମାରି ନେଇଛନ୍ତି। ୩୨ ବର୍ଷୀୟ କାର୍ଲସେନ ପ୍ରଥମଥର ପାଇଁ ଶତରଞ୍ଜ ବିଶ୍ୱକପ ଜିତିଛନ୍ତି ।

ଚେନ୍ନାଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଫାଇନାଲ ମ୍ୟାଚ୍‌ ହାରି ଯାଇଛନ୍ତି ସତ, କିନ୍ତୁ ଭାରତୀୟ ଶତରଞ୍ଜ ଇତିହାସରେ ସେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ