ପାଟଣାଗଡ଼ ପୋଲିସର ମିଶନ କ୍ଲିନ

ପାଟଣାଗଡ଼, (ବଡ଼ ଖବର ବ୍ୟୁରୋ): ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କ ବିରୋଧରେ ମିଶନ କ୍ଲିନ ମାଧ୍ୟମରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ବିଜୟାଦଶମୀରୁ ଶପଥ ନେଇଛି ବଲାଙ୍ଗିର ପୋଲିସ। ବେଆଇନ କାର୍ୟ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲାର ବିଭିନ୍ନ ଥାନାକୁ ଏସପିଙ୍କ ନିର୍ଦ୍ଦେଶ ପରେ ପାଟଣାଗଡ଼ ଥାନାରେ ମଧ୍ୟ ମିଶନ କ୍ଲିନ ଆରମ୍ଭ ହୋଇଛି। ଅଞ୍ଚଳର ଜୁଆ, ସଟ୍ଟା, ଖୁଡୁଖୁଡୁ, ମଦ, କୋରେକ୍ସ ବିକ୍ରେତା ତଥା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ପାଟଣାଗଡ଼ ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଘନ ଘନ ଚଢ଼ାଉ ଆରମ୍ଭ ହୋଇଛି। ଆଜି ପାଟଣାଗଡ଼ କଲେଜ ଛକ ସ୍ଥିତ ଜଣେ ସଟ୍ଟା ଏଜେଣ୍ଟ ଶେଷଦେବ ଭରାସାଗରଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ୭ ହଜାର ଟଙ୍କା ଏବଂ ମୋବାଇଲ ଜବତ କରାଯାଇଛି । ତାଙ୍କ ବିରୋଧରେ ଧାରା ୨୯୪(ଏ)/୭ ଏଲଆର ଆକ୍ଟ ଅନୁଯାୟୀ କେସ ନଂ ୨୨୬/୨୦ ରୁଜୁ କରାଯାଇଛି। ସେହିପରି ଭଇଁଷା ଗ୍ରାମର ସଞ୍ଜତ ଭୋଇଙ୍କୁ ଗିରଫ କରାଯାଇ ତାଙ୍କଠାରୁ ୨ ହଜାର ୪୦୦ ଟଙ୍କା, ମୋବାଇଲ ଫୋନ, ସଟ୍ଟା ଚାଟ ଜବତ କରାଯାଇଛି। ତାଙ୍କ ବିରୋଧରେ ମଧ୍ୟ ସମାନ ଦଫାରେ କେସ ନଂ-୨୨୭/୨୦ ରୁଜୁ କରାଯାଇଛି। ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳର ଢାବାଗୁଡ଼ିକରେ ଚଢ଼ାଉ କରାଯାଇ ଜଣେ ଢାବା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’