Masthead

ରାମଲାଲାଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଏ ଯାଏଁ ବି ବୁଝୁ ନାହିଁ ମନ। ଲାଲାଙ୍କ ଦର୍ଶନ ପାଇଁ ଶୀତ ଖାତି ନକରି ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି ଭକ୍ତ। ଯେମିତି ରାଘବଙ୍କ ପ୍ରେମରେ ପଆଗଳ ପିୟାସୀ ସମସ୍ତେ। ଆଜି ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଆଗରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ବିଳମ୍ବିତ ରାତିରୁ ରାମ ପଥରେ ଧାଡ଼ିରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ବାଳକ ରାମଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର । ଦୂର ଦୂରାନ୍ତରୁ ଆସିଛନ୍ତି ବହୁ ରାମଭକ୍ତ । ଶୀତକୁ ଖାତିର ନକରି ସେମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି ।

ଭକ୍ତଙ୍କ ସୁବିଧା ପାଇଁ ପ୍ରାୟ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଯୋଧ୍ୟାରେ ମୁତୟନ ହୋଇଛନ୍ତି । କଡ଼ା ନଜରରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ମନ୍ଦିର ଗର୍ଭଗୃହରେ ଆଇନ ଶୃଙ୍ଖଳା ଡିଜି ମନିଟରିଂ କରୁଛନ୍ତି । ଗତକାଲି ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ୨ ସପ୍ତାହ ପରେ ମନ୍ଦିର ଆସିବାକୁ ନିବେଦନ କରିଛନ୍ତି ଅଯୋଧ୍ୟା ରେଞ୍ଜ ଆଇଜି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ