Masthead

ଜୁନ୍‌ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌: ପ୍ରଧାନମନ୍ତ୍ରୀ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ସଭାରେ ଆସୁ ଆସୁ ବର୍ଷିଲେ ମୋଦି । ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି । ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାନ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ । ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ର ସିମ୍ବଲ କରାଯାଇଥିଲା ।

ଆମ ସରକାର ପାଇକ ସଂଗ୍ରାମକୁ ସ୍ୱୀକୃତି ଦେଇ ଡାକଟିକେଟ କରିଛି । ବିଜେପି ଜଣେ ଆଦିବାସୀ ଝିଅକୁ ଦେଶର ରାଷ୍ଟ୍ରପତି କରିଛି । ଓଡ଼ିଶା ଝିଅ ଆଜି ଦେଶକୁ ମାର୍ଗଦର୍ଶନ କରାଉଛନ୍ତି । ଓଡ଼ିଶାର ଲୋକ ବହୁତ ସ୍ବାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି । ଓଡ଼ିଶାର ମହାପୁରୁଷମାନେ ଓଡ଼ିଶାର ସ୍ଥିତି ଦେଖି କଣ କହୁଥିବେ । ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । ଜୁନ୍‌ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ । ଜୁନ୍‌ ୧୦ରେ ବିଜେପି ସରକାର ଶପଥ ନେବ, ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ