Masthead

କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ):   କେରଳରେ ପୁଣି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଏବେ ପରିସ୍ଥିତି ସାଂଘାତିକ ହୋଇପଡିଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ତେବେ ବନ୍ୟା ଓ ଭୂସ୍ଖଳନ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଏବେ ଜଣାପଡିଛି । ଏହା ସହ ଅନେକ ଲୋକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି ।

ଗତ ଶୁକ୍ରବାର ଠାରୁ ସ୍ଥିତି ଜଟିଳ ହୋଇପଡିଛି । ସେପଟେ କେରଳର କୋଟ୍ଟାୟାମରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଇଡ୍ଡୁକି ଓ ଅଲଫୁଜା ଜିଲ୍ଲାରେ ମଧ୍ୟ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଅଚାନକ ବର୍ଷା ଓ ପାଣି ମାଡିଯିବାରୁ ଅନେକ ସ୍ଥାନରେ ଘର ଭୁସୁଡି ପଡିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଧିକ ତଳିଆ ଅଞ୍ଚଳର ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ଚାଷ ଜମିରେ ବନ୍ୟା ପାଣି ମାଡିଯାଇ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କେଉଁଠି କାର ଭାସି ଯାଇଛି ତ ଆଉ କେଉଁଠି ପାଣି ସୁଅରେ ଲୋକମାନେ ଭାସି ଯାଇଛନ୍ତି ।

ଲଗାଣ ବର୍ଷା ଯୋଗୁ କେରଳର କୋଟ୍ଟାୟମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ଅନେକ ଲୋକ ପାଣିରେ ଭାସି ଯିବା ସହ ଅନେକ ନିଖୋଜ ଥିବା ଖବର ପ୍ରକାଶ ପାଇଛି । ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଉଛି । ଅନେକ ଲୋକମାନଙ୍କୁ ତଳିଆ ଅଞ୍ଚଳରୁ ଅଣାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ଗତ ଗୁରୁବାର ଠାରୁ କେରଳର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ତେବେ ଅକ୍ଟୋବର ୧୭, ୧୮ ଏବଂ ୧୯ ପାଇଁ ଉତ୍ତାରଖଣ୍ଡର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସବୁ ଜିଲ୍ଲାରେ ରେର୍ଡ ଆଲର୍ଟ ମଧ୍ୟ ଜାରି କରାଯାଇଛି । କେରଳର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଛି ।

 ସେପଟେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ବର୍ଷା ବିତ୍ପାତ୍ତର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନିଙ୍କ ସହ କଥା ହୋଇ ସ୍ଥିତିର ଯାଞ୍ଚ କରିଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ପାଣି ଘେରରେ ରହିଥିବା ଲୋକଙ୍କ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ହଜାର ହଜାର ଲୋକ ଜଳବନ୍ଦି ହୋଇ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଉଛି । ଏନଡିଆରଏଫ ଟିମ, ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଆର୍ମୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ଯୋଗେ ଭୂସ୍ଖଳନ ହୋଇଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣାଯାଉଛି ।

ନିଖୋଜ ଥିବା ଲୋକମାନଙ୍କୁ ଠାବ କରିବା ପାଇଁ ଉଦ୍ଧାରକାର୍ଯ୍ୟ ରବିବାର ସକାଳୁ ଜାରି ରହିଛି । କୋଟ୍ଟାୟମର କୋଟ୍ଟିକଲ ଓ ଇଡ୍ଡୁକିର କୋକ୍କାୟାର ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ହୋଇଯାଇଥିବା ଖବର ମିଳିଛି । ଅନେକ ଲୋକଙ୍କୁ ମାଟି ଆତଡା ତଳୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । କେରଳର ୱାୟନାଡରେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ କଲମ ଆର୍ମି କର୍ମଚାରୀ, ମେଡିକାଲ ଟିମ ଓ ଇଞ୍ଜିନିୟରମାନେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ବେଳେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଠାବ କରିଛନ୍ତି ।

ସେପଟେ ପ୍ରତିରକ୍ଷା ପିଆରଏଓ କହିଛନ୍ତି, ବର୍ଷା ପ୍ରଭାବିତ ଅଞ୍ଚଳଗୁଡିକୁ ଆଇଏନଏସ ଗରୁଡରୁ ରିଲିଫ ସାମଗ୍ରୀ ଧରି ନୌସେନାର ହେଲିକପ୍ଟର ପହଞ୍ଚିଛି । ଦୁଇଟି ହେଲିକପ୍ଟର ରିଲିଫ ଯୋଗାଇବାରେ ନିୟୋଜିତ କରାଯାଇଛି । ପ୍ରଭାବିତ ହୋଇଥିବା ଜିଲ୍ଲାମାନଙ୍କରେ ରିଲିଫ କ୍ୟାମ୍ପ ସ୍ଥାପନା କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ