Masthead

ଫେଲ ମାରିବ ୩ୟ ସାମ୍ମୁଖ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଆଜି ଏକ ଗୁଗଲୀ ମାରିଛନ୍ତି । ବିଶେଷକରି ଦେଶରେ ଏବେ ବିଜେପି ବିରୋଧରେ ୩ୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ସେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି, ଯାହାକି ବିଜେପିକୁ ସୁହାଇବା ଭଳି ହୋଇଥିବା ବେଳେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଅଣ୍ଟା ଭିଡୁଥିବା ଅଣ କଂଗ୍ରେସ ତଥା ଅଣ ବିଜେପି ସମର୍ଥିତ ଦଳଙ୍କ ପାଇଁ ନୈରାଶ୍ୟଜନକ ହୋଇଛି ।

ପ୍ରଶାନ୍ତ କହିଛନ୍ତି, ଦେଶରେ ସାମ୍ପ୍ରତି ରାଜନୈତିକ ଦୃଷ୍ଟିକୋଣରୁ ବିଜେପିକୁ ପରାଜିତ କରିବା ବେଶ କଷ୍ଟକର ହେବ । ବିଜେପି ପାଖରେ ତୃତୀୟ ସାମ୍ମୁଖ୍ୟ ସଫଳ ହୋଇପାରିବ ନାହିଁ । ଏଥିପାଇଁ ସେ ୩ୟ ସାମ୍ମୁଖ୍ୟ ଗଠନ ପ୍ରକ୍ରିୟାରୁ ନିଜକୁ ଦୂରେଇ ନେଇଛନ୍ତି । ପ୍ରକାଶ ନିକଟରେ ଏନସିପି ସୁପ୍ରିମୋ ଶରଦ ପାୱାର,ପ୍ରଶାନ୍ତ କିଶୋରଙ୍କ ସହ ଦୁଇ ଦୁଇ ଥର ବୈଠକ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ