Masthead

ନୀଳଗିରି ଅଞ୍ଚଳରୁ ୧୦୦, ୨୦୦, ୫୦୦ ଟଙ୍କିଆ ନକଲି ନୋଟ ଜବତ

ନୀଳଗିରି(ବଡ଼ ଖବର ବ୍ୟୁରୋ): ବଜାରରେ ବୁଲୁଛି ନକଲି ନୋଟ । ୩୨ ହଜାର ୭୦୦ ଟଙ୍କା ନକଲି ନେ୍ଧଙ୍କ ଜବତ କରିଛି ପୋଲିସ । ୧୦୦, ୨୦୦, ୫୦୦ ଟଙ୍କିଆ ନୋଟ ଜବତ କରାଯାଇଛି । ଏବଂ ଏହି ଜାଲ ନୋଟ କାରବାର ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଞ୍ଚଳର ବୀଣାପାଣି ମୁଖୀ । ଜନୈକ ବ୍ୟକ୍ତି ଜଣକ ସନ୍ତରାଗଡ଼ିଆ ବଜାର ସ୍ଥିତ ମଦ କାଉଣ୍ଟର ରେ ତିନି ହଜାର ଟଙ୍କା ଦେଇ ମଦ କିଣିବା ପରେ ଏହା ଜାଲ ନୋଟ ବୋଲି ଜଣାପଡିଥିଲା ।

ପରେ ସେହି ବଜାରର ବିଭିନ୍ନ ଦୋକାନରୁ ପାଞ୍ଚ ଶହ ଟଙ୍କିଆ ଦେଇ କିଣାକିଣି କରିବା ପରେ ଦୋକାନୀ ମାନେ ଜାଲ ନୋଟକୁ ଚିହ୍ନି ପାରି ଥିଲେ । ଘଟଣାକୁ ଗୁରୁତର ସହ ନେଇ ନୀଳଗିରି ପୋଲିସ ଚଢ଼ାଉ କରି ସନ୍ତରାଗଡ଼ିଆ ଅଞ୍ଚଳରୁ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ସୋର ଅଞ୍ଚଳର ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି । ତେବେ ଏହି ଜାଲ ନୋଟ ଯୋଗାଉଥିବା ଯାଜପୁର ଅଞ୍ଚଳର ଜଣେ ମାଷ୍ଟରମାଇଣ୍ଡକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ. ପି. ସାଗରିକା ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ