Masthead

ପୁରୀରେ ନକଲି ଭୋଟର ପରିଚୟପତ୍ର

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ନକଲି ଭୋଟର ପରିଚୟପତ୍ର । ନକଲି ପରିଚୟପତ୍ର ହେଉଥିବାର ଏକ ବିରାଟ ସାଇବର ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ୱେବସାଇଟକୁ ହ୍ୟାକ୍ କରି ହ୍ୟାକର ଗୁଗୁଲ ସାଇଟରେ ଜାରି କରିଥିବା ଏକ ୱେବସାଇଟର ଲିଙ୍କକୁ ଯାଇ ନକଲି ଫଟୋ ପରିଚୟପତ୍ର କରାଯାଇପାରୁଛି । ସୋମବାର ପୁରୀ ବାଳିଆପଣ୍ଡାର ଛୋଟ ଦୋକାନ ଉପରେ ପୁରୀ ଜିଲ୍ଲା ପ୍ରଶାସନ ପୋଲିସ ପକ୍ଷରୁ ମିଳିତ ଚଢାଉ ପରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୁରୀ ସଦର ତହସିଲଦାରଙ୍କ ରିପୋର୍ଟ ଆଧାରରେ ବାଳିଆପଣ୍ଡାର ପୋଲିସ ମାମଲା ରୁଜୁ କରିଛି ।

ଏହି ମାମଲାରେ ସମ୍ପୃକ୍ତ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା ପରେ ତାଙ୍କୁ ଛାଡି ଦିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ଜନୈକ ବ୍ୟକ୍ତି କୌଣସି ବ୍ୟାଙ୍କକୁ କାମରେ ଯାଇ ସାଙ୍ଗରେ ନେଇଥିବା ଭୋଟ ପରିଚୟପତ୍ର ଉପସ୍ଥାପିତ କରିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ପରିଚୟପତ୍ର ଉପରେ ସନ୍ଦେହ ପ୍ରକାଶ କରି ଗ୍ରହଣ କରିନଥିଲେ । ଭୋଟର ପରିଚୟପତ୍ରକୁ ଉପଜିଲ୍ଲାପାଲଙ୍କ ଭୋଟର ପରିଚୟପତ୍ର ଯାଞ୍ଚ କେନ୍ଦ୍ରରେ ଦେଖାଇବାକୁ କହିଥିଲେ ।

ଭୋଟର ପରିଚୟପତ୍ରକୁ ଯାଞ୍ଚ କେନ୍ଦ୍ରରେ ଦେଖାଇବା ପରେ ସେଠିକାର ଅଧିକାରୀମାନେ ଜାଣିପାରିଥିଲେ ଏହା ନକଲି ବୋଲି । ପରିଚୟପତ୍ରରେ ଉପଜିଲ୍ଲାପାଳଙ୍କ ସ୍ୱାକ୍ଷର ସ୍ଥାନରେ ଅନ୍ୟକେହି ସ୍ୱାକ୍ଷର କରିଥିବା ନଜର ଆସିଥିଲା ତେବେ ଏହି ଭୋଟର ପରିଚୟ ପତ୍ର କିଏ ଦେଲା ବୋଲି ପଚାରିବାରୁ ବ୍ୟକ୍ତି ଜଣଙ୍କ ବାଳିଆପଣ୍ଡାର ଥିବା ଦୋକାନର ନାମ କହିଥିଲେ । ଏହାକୁ ନେଇ ପ୍ରଶାସନିକ ଅଧିକାରୀମାନେ ଉପଜିଲ୍ଲାପାଳଙ୍କୁ ଜଣାଇବାପରେ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ