Masthead

ଯଦି ଦେଶରେ କୃଷକ, ସୈନିକ ସନ୍ତୁଷ୍ଟ ନାହାନ୍ତି ଦେଶ ଆଗକୁ ବଢିପାରିବ ନାହିଁ: ସତ୍ୟପାଲ ମଲିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପି ନେତା ବରୁଣ ଗାନ୍ଧିଙ୍କ ପରେ ଆନ୍ଦୋଳନରତ କୃଷକଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ । କୃଷକଙ୍କ ଦାବି ପୂରଣ ନହେଲେ ବିଜେପି କ୍ଷମତାକୁ ଫେରିବ ନାହିଁ ବୋଲି ସେ କହିଛନ୍ତି । ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମଲିକଙ୍କ ଏହି ମନ୍ତବ୍ୟ ବିଜେପିକୁ ଅଡ଼ୁଆରେ ପକାଇଛି । କୃଷକଙ୍କୁ ଅପମାନିତ ନକରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବିଜେପି ନେତା ମିରଟ, ମୁଜାଫରନଗର, ବାଗପତରରେ ପ୍ରବେଶ କରିପାରିବେ ନାହିଁ । ଯଦି କୃଷକମାନଙ୍କ ପାଇଁ ମତେ ରାଜ୍ୟପାଳ ପଦ ଛାଡ଼ିବା ପାଇଁ ପଡ଼େ ତେବେ ଛାଡ଼ିଦେବି । ଯଦି ଦେଶରେ କୃଷକ କିମ୍ବା ସୈନିକ ସନ୍ତୁଷ୍ଟ ନାହାନ୍ତି ସେ ଦେଶ ଆଗକୁ ବଢିପାରିବ ନାହିଁ । ଦେଶ ସୁରକ୍ଷିତ ରହି ପାରିବ ନାହିଁ । ରାଜସ୍ଥାନର ଝୁନଝୁନ ଠାରେ ସେ ସାମ୍ବାଦିକଙ୍କୁ ଏପରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ