Before Header

କିଏ ସେହି ଡିଜେ, ଯାହାଙ୍କୁ ଶେଷ ଭିଡିଓ କଲ୍ କରିଥିଲେ ଶୁଭଲକ୍ଷ୍ମୀ

0 74

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ବଢୁଛି ସସପେନ୍ସ । ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସୁଛି । କଲ ରେକର୍ଡରୁ ମିଳିଛି ଆଉ ସାଙ୍ଘାତିକ ତଥ୍ୟ । ଶେଷ ଭିଡିଓ କଲର ଡିଜେ କିଏ ତାକୁ ନେଇ ବଢୁଛି ସନ୍ଦେହ । ଶୁଭଲକ୍ଷ୍ମୀଙ୍କ ସିଡିଆରରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଳିଥିବା ସୂଚନା ମିଳିଛି । ମୃତ୍ୟୁ ଦିନ ରାତିରେ ୧୨ ଜଣଙ୍କୁ କଲ କରିଥିଲେ ଶୁଭଲକ୍ଷ୍ମୀ ।

ଏବଂ ୮ ଜଣଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ । ଶେଷ ଭିଡିଓ କଲର ହେଉଛନ୍ତି ଡିଜେ । ତେବେ ଏହି ଡିଜେ କିଏ ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।ଏବଂ ସେହି ଦିନ ଶୁଭଲକ୍ଷ୍ମୀଙ୍କ ଫୋନକୁ ଏକ ନିର୍ଦ୍ଧିଷ୍ଟ ନମ୍ବରରୁ ୧୨ଟି ମିସ୍ଡକଲ୍ ଆସିଥିଲା । ଏହି ସବୁ ନମ୍ବରକୁ ନେଇ ଏବେ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.