Masthead

ସାର ପାଇଁ ଅଧିକାରୀଙ୍କୁ ରାସ୍ତାରେ ଚଲାଇଲେ ଚାଷୀ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ରାସାୟନିକ ସାର ପାଇଁ ଉତ୍ତେଜନା। ଉମରକୋଟ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ । କୃଷି ଅଧିକାରୀଙ୍କୁ ଶୋଭାଯାତ୍ରାରେ ଚଲାଇ ଚଲାଇ ନେଲେ ଚାଷୀ । ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଉମରକୋଟ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କଲେ ଚାଷୀ ।

ଗୋଟିଏ ପଟ ଚାଷୀଙ୍କ ରାସ୍ତା ଅବରୋଧ ତ ଅନ୍ୟ ପଟ ଶୋଭାଯାତ୍ରାରେ ଯାଇ ଦୋକାନ ବଜାର ବନ୍ଦ କରୁଛନ୍ତି ଏବଂ ଏହି ଶୋଭାରେ ଚାଷୀଙ୍କ ସହ ଚାଲି ଚାଲି ଗଲେ କୃଷି ଅଧିକାରୀ । ସାର ଅଭାବକୁ ନେଇ ବିଗତ କିଛି ଦିନ ପୂର୍ବେ ସାର ପାଇଁ ଚାଷୀ ରାସ୍ତା ରୋକ କରିବା ସହ କୃଷି କାର୍ଯ୍ୟାଳୟ ଘେରାଉ କରିଥିଲେ । କିନ୍ତୁ ଗୋଟିଏ ପଟେ ବର୍ଷା ହୋଇ ଚାଷ ପାଇଁ ଅନୁକୂଳ ପାଗ ଥିବାବେଳେ ସାର ଅଭାବ ସମସ୍ୟା ଚାଷୀଙ୍କ ସମସ୍ୟାକୁ ଦୁଇଗୁଣିତ କରିଦେଇଛି ।

ସାର ସଙ୍କଟକୁ ନେଇ ଚାଷୀଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ମଙ୍ଗଳବାର ସୁଦ୍ଧା ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ସାର ମହଜୁଦ ରହିଛି । କିନ୍ତୁ ଗୋଟିଏ ଦିନରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କୃଷି ବିଭାଗ କହିଛି । ବର୍ତ୍ତମାନ ଚାଷୀଙ୍କ ଆନ୍ଦୋଳନ ଫଳରେ ଉମରକୋଟ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ