Masthead

ଚାଷୀଙ୍କ ବିକ୍ଷୋଭ, ସୋହେଲା ବ୍ଲକ ଘେରାଉ

ବରଗଡ଼ (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଠିକ ସମୟରେ ଅନାବୃଷ୍ଟି କାରଣରୁ ସୋହେଲା ବ୍ଲକରେ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଛି । କରୋନା କଟକଣା କାରଣରୁ ପନି ପରିବା, ଦୁଗ୍ଧ ଆଦି ଉତ୍ପାଦନକୁ ଅତି ଶସ୍ତା ଦରରେ ବିକ୍ରି ତଥା ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିବାବେଳେ ଚଳିତ ବର୍ଷ ମରୁଡି ପରିସ୍ଥିତି ଚାଷୀକୂଳ ପାଇଁ ମହାବିପତ୍ତି ସୃଷ୍ଟି କଲାଣି । ବିଭିନ୍ନ ସମସ୍ୟାକୁ ଦେଖି ବରଗଡ ଜିଲ୍ଲା ସୋହେଲା ବ୍ଲକ ଜୟ କିସାନ ଆନ୍ଦୋଳନ ତରଫରୁ ବ୍ଲକ ଘେରାଉ କରାଯାଇଛି ।

ଆନ୍ଦୋଳନକାରୀମାନେ ସୋହେଲା ଥାନା ଛକରୁ ବାହାରି ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ଆଠ ଦଫା ଦାବି ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକା ଦାବି ପତ୍ର ପ୍ରଦାନ କରିଥିଲେ । ସୋହେଲା ବ୍ଲକକୁ ସମ୍ପୂର୍ଣ ମରୁଡି ଘୋଷଣା କରାଯାଉ । ସୋହେଲା ବାରମ୍ବାର ମରୁଡିର ଶିକାର ହେଉଥିବା ଏହି ଅଞ୍ଚଳର କୃଷକମାନଙ୍କ କୃଷି ଋଣ ସମ୍ପୂର୍ଣ ଛାଡ଼ କରାଯାଉ ।

ସୋହେଲା ଅଞ୍ଚଳ ଯେହେତୁ ଅଣ ଜଳସେଚିତ ଅଞ୍ଚଳ ଚାଷୀମାନଙ୍କ ଗଭୀର ନଳକୂପ ଇଲେକ୍ଟ୍ରି ବିଲ ଛାଡ଼ କରି ସରକାର ବହନ କରନ୍ତୁ । ଇମ୍ପୁଟ ସବସିଡି ଆଇନ ପରିବର୍ତ୍ତନ କରି ଫସଲ ଖର୍ଚ୍ଚ ଆକଳନ ହିସାବରେ କ୍ଷତିପୂରଣ ଦିଆଯାଉ ଆଦି ଦାବି ନେଇ ବ୍ଲକ ଅଫସି ଘେରାଉ କରିଛନ୍ତି ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା