Masthead

ଚାଷୀଙ୍କ ବିକ୍ଷୋଭ, ସୋହେଲା ବ୍ଲକ ଘେରାଉ

ବରଗଡ଼ (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଠିକ ସମୟରେ ଅନାବୃଷ୍ଟି କାରଣରୁ ସୋହେଲା ବ୍ଲକରେ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଛି । କରୋନା କଟକଣା କାରଣରୁ ପନି ପରିବା, ଦୁଗ୍ଧ ଆଦି ଉତ୍ପାଦନକୁ ଅତି ଶସ୍ତା ଦରରେ ବିକ୍ରି ତଥା ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିବାବେଳେ ଚଳିତ ବର୍ଷ ମରୁଡି ପରିସ୍ଥିତି ଚାଷୀକୂଳ ପାଇଁ ମହାବିପତ୍ତି ସୃଷ୍ଟି କଲାଣି । ବିଭିନ୍ନ ସମସ୍ୟାକୁ ଦେଖି ବରଗଡ ଜିଲ୍ଲା ସୋହେଲା ବ୍ଲକ ଜୟ କିସାନ ଆନ୍ଦୋଳନ ତରଫରୁ ବ୍ଲକ ଘେରାଉ କରାଯାଇଛି ।

ଆନ୍ଦୋଳନକାରୀମାନେ ସୋହେଲା ଥାନା ଛକରୁ ବାହାରି ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ଆଠ ଦଫା ଦାବି ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକା ଦାବି ପତ୍ର ପ୍ରଦାନ କରିଥିଲେ । ସୋହେଲା ବ୍ଲକକୁ ସମ୍ପୂର୍ଣ ମରୁଡି ଘୋଷଣା କରାଯାଉ । ସୋହେଲା ବାରମ୍ବାର ମରୁଡିର ଶିକାର ହେଉଥିବା ଏହି ଅଞ୍ଚଳର କୃଷକମାନଙ୍କ କୃଷି ଋଣ ସମ୍ପୂର୍ଣ ଛାଡ଼ କରାଯାଉ ।

ସୋହେଲା ଅଞ୍ଚଳ ଯେହେତୁ ଅଣ ଜଳସେଚିତ ଅଞ୍ଚଳ ଚାଷୀମାନଙ୍କ ଗଭୀର ନଳକୂପ ଇଲେକ୍ଟ୍ରି ବିଲ ଛାଡ଼ କରି ସରକାର ବହନ କରନ୍ତୁ । ଇମ୍ପୁଟ ସବସିଡି ଆଇନ ପରିବର୍ତ୍ତନ କରି ଫସଲ ଖର୍ଚ୍ଚ ଆକଳନ ହିସାବରେ କ୍ଷତିପୂରଣ ଦିଆଯାଉ ଆଦି ଦାବି ନେଇ ବ୍ଲକ ଅଫସି ଘେରାଉ କରିଛନ୍ତି ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ