Masthead

ମୋତେ ବୋହୂ କରି ନେଇଯା

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ବୋହୂ ହେବାପାଇଁ ଅନଶନ । ନିଜର ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକର ଦୁଆରେ ଅନଶନ କରିଛି ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁ ଥାନା ଭାଡ଼ିକିଳା ଗାଁରେ । ସେ ଗାଁର ପ୍ରଶାନ୍ତ କୁମାର ସାହୁ ପୁରୀରେ ଜୀନାସ୍ନାନ ଫାଇନ୍ସାଶରେ କାମ କରୁଥିଲା ।  ଟଙ୍କା ଆଦାୟ କରିବା ସମୟରେ ବ୍ରହ୍ମଗିରି ଥାନା ଅଞ୍ଚଳର ଏକ ଝିଅ ସହିତ ତାଙ୍କର ପ୍ରେମ ସର୍ମ୍ପକ ଗଢୀ ଉଠିଥିଲା ।

ଦୁଇଜଣଙ୍କ ମଧ୍ୟରେ ଭଲପାଇବା ଏତେ ବଢିଯାଇଥିଲା ଯେ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ଜଣଙ୍କ କିଛି ଦିନ ତଳେ ପ୍ରେମିକା ସହିତ ଯୋଗାଯୋଗରେ ରହିନଥିଲେ । ୩ ଦିନ ତଳେ ପ୍ରେମିକା ପ୍ରେମିକର ପରିଚୟ ଖୋଜି  ତା ଦୁଆରେ ଆସି ବସିଛି । ଯେ ପର୍ଯ୍ୟନ୍ତ ବୋହୂର ପରିଚୟ ମିଳିନାହିଁ ସେ ପର୍ଯ୍ୟନ୍ତ ବସି ରହିବ  ବୋଲି ପ୍ରେମିକା ଜଣଙ୍କ କହିଛନ୍ତି । ପରିସ୍ଥିତି ଅଣାୟତ୍ତ। ତେବେ ପୁଅର ପରିବାର ଝିଅକୁ ନେଇ ଓଡଗାଁ ପୋଲିସ ଥାନାରେ ସମାଧାନ ପାଇଁ ଚେଷ୍ଟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ