Masthead

ପୁଅର ଚିକିତ୍ସା ପାଇଁ ବାପର ଆକୁଳ ଆବେଦନ

ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ):ପୁଅ ପାଠ ପଢି ଇଂଜିନିୟର ହେଲା । ଆଶା ଥିଲା ବଡ଼ ହୋଇ ଘର ଚଳେଇବ, ଦୁଃଖ ଦୂର ହେବ । କିନ୍ତୁ ଆଶା ଆଶାରେ ହିଁ ରହିଗଲା । ଶଯ୍ୟାଶାୟୀ ପୁଅର ଚିକିତ୍ସା ପାଇଁ ସହାୟତା ଭିକ୍ଷା କରୁଛନ୍ତି ଦିନମଜୁରିଆ ବାପା । ବାରିପଦାରୁ ଆସିଛି ଏଭଳି ଏକ ଦୟନୀୟ ଚିତ୍ର । ଆଖିରେ ଥିଲା ଅନେକ ସପ୍ନ, ବଡ଼ ଚାକିରି କରିବ, ବାପାଙ୍କ ଦୁଃଖ ଦୂର କରିବ, ହେଲେ ନିୟତି କିନ୍ତୁ ଆଉ କିଛି ଚାହୁଁ ଥିଲା।

ଖଟରେ ପଡ଼ି ପଡି ନିଜର ଉଜ୍ଜଳ ଭବିଷ୍ୟତ ଟା କିପରି ଅନ୍ଧାର ର କୁହେଳିକା ଭିତରକୁ ଠେଲି ହେଇ ଯାଉଚି ତାହଁ ହି ଅନୁଭବ କରୁଛି ବାପୁନ୍। ବୟସ ବେଶୀ ନୁହେଁ ହେଲେ ଏ ବୟସ ରେ ସେ ସହିଛନ୍ତି ଅନେକ ଦୁଃଖ।ଆମେ କହୁଛୁ ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ କାଣିମହୁଲି ଗ୍ରାମର ସୁନୀଲ କୁମାର ଦେଶପ୍ରଧାନଙ୍କ ପୁଅ ଭାବବିନୋଦିଆ ପ୍ରଧାନ( ବାପୁନ)ଙ୍କ ବିଷୟରେ ।

ମୟୁରଭଞ୍ଜ ସ୍କୁଲ ଅଫ ଇଞ୍ଜନିୟରିଂରେ ଡିପ୍ଲୋମା ପାସ କରିବା ପରେ ରୋଜଗାର କରି ଘର ଚଲାଉଥିଲେ କିନ୍ତୁ କିଛି ମାସ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହେଲେ ବାପୁନ୍। ଆର୍ଥିକ ଅନଟନରେ ଦିନ କାଟିବା ସତ୍ବେ ଚିକିତ୍ସା ପାଇଁ ବାପୁନଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରେଇ ଡାକ୍ତର ଖାନାରେ ଭର୍ତି କରାଇଥିଲେ ବାପା। ଡାକ୍ତରଙ୍କ କହିବା ମୁତାବକ ଚିକିତ୍ସା ପାଇଁ ଆହୁରି ୫ରୁ୬ ଲକ୍ଷ ଟଙ୍କା ଆବଶ୍ୟକ ।

କିନ୍ତୁ ସୁନୀଲଙ୍କ ପକ୍ଷେ ତାହା ସମ୍ଭବ ନୁହେଁ । ତେଣୁ ବାପୁନଙ୍କ ଚିକିତ୍ସା ପାଇଁ ସୁନୀଲଙ୍କୁ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିବା ସହିତ ରାଜ୍ୟବାସୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ସମାଜସେବୀ ତଥା ଫାର୍ମାସିଷ୍ଟ ଦିଲୀପ ତୁଙ୍ଗ  । ଯଦି କେହି ସହୃଦୟ ବ୍ୟକ୍ତି ବାପୁନ୍ କୁ ସାହାଯ୍ୟ କରିବା ପାଇଁ ବାପୁନଙ୍କ ଭଉଣୀ ସୁଜାତା ଦେଶପ୍ରଧାନଙ୍କୁ ୭୨୦୫୩୦୬୨୮୪ ଫୋନ୍ ପେ ନମ୍ବରରେ ସହାୟତା ରାଶି ପଠେଇଲେ ତାଙ୍କର ଚିକିତ୍ସାରେ ସହାୟତା ହୋଇପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି