ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ନିମ୍ନମାନର କାମ – ତଦନ୍ତ ବାଟବଣା

 

କାକଟପୁର (ବଡ଼ଖବର ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି ଏବଂ ଅନେକ ସଂଖ୍ଯାରେ ଅଭିଯୋଗ ପ୍ରଶାସନ ପାଖରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। କାକଟପୁର ବ୍ଲକ ଅନ୍ତର୍ଗତ “ବୋଇତକୁଦ” ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଉଥିବା “କାକଟପୁର ଠାରୁ କୁଣ୍ଢେଇ” ଭାୟା ବୋଇତକୁଦ ଦେଇ ରାସ୍ତାର ଉନ୍ନତିକରଣରେ ଚାଲିଛି ଅତି ନିମ୍ନମାନର କାମ l ବିଭାଗୀୟ ଯନ୍ତ୍ରୀଙ୍କ ବିନା ଉପସ୍ଥିତି ରେ ଚାଲିଛି କାମ l ପିଚୁ ପଡିବା କାମ ସରିନଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନ ରୁ ଗୋଡି ଉଠିଯାଉଥିବା ଦେଖିବାକୁ ମିଳିଛି ଏବଂ ଡଷ୍ଟ ସଫା କରା ନଯାଇ ଚାଲିଛି କାମ l ଗୋଡି ଓ ଅନ୍ୟାନ୍ୟ ସାମଗ୍ରୀର ଭାଗ ବହୁତ କମ ରହୁଥିବା ନେଇ କାକଟପୁର ଗ୍ରାମ୍ୟ ଉନ୍ନୟନ ଜେଇ ଙ୍କୁ ଗ୍ରାମବାସୀଙ୍କ ତରଫରୁ ଫୋନ ମାଧ୍ୟମରେ ଅଭିଯୋଗ କରାଯାଇଥିଲା l ସେ ମଧ୍ୟ ମାନିଥିଲେ କି ଠିକାଦାର ନିମ୍ନମାନର କାମ କରୁଛି ଓ ଠିକାଦାର ତାଙ୍କ କଥା ଶୁଣି ନଥିବା କହିଥିଲେ  l କିନ୍ତୁ ବିଡମ୍ବନାର ବିଷୟ ଅଭିଯୋଗ ପରେ କର୍ତ୍ତୃପକ୍ଷ ତଦନ୍ତ କରି ନିମ୍ନମାନର କାମ ହୋଇନଥିବା ଗ୍ରାମ ବାସୀଙ୍କୁ ସଫେଇ ଦେଇଥିଲେ । କିନ୍ତୁ ଏହି କଥା ମିଡିଆ ଆଗରେ କହିବା ପାଇଁ ମନା କରିଥିଲେ l
ଠିକାଦାର ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ତଦନ୍ତ କୁ ବାଟ ବଣା କରାଯାଇନିତ…?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ