Masthead

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ନିମ୍ନମାନର କାମ – ତଦନ୍ତ ବାଟବଣା

 

କାକଟପୁର (ବଡ଼ଖବର ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି ଏବଂ ଅନେକ ସଂଖ୍ଯାରେ ଅଭିଯୋଗ ପ୍ରଶାସନ ପାଖରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। କାକଟପୁର ବ୍ଲକ ଅନ୍ତର୍ଗତ “ବୋଇତକୁଦ” ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଉଥିବା “କାକଟପୁର ଠାରୁ କୁଣ୍ଢେଇ” ଭାୟା ବୋଇତକୁଦ ଦେଇ ରାସ୍ତାର ଉନ୍ନତିକରଣରେ ଚାଲିଛି ଅତି ନିମ୍ନମାନର କାମ l ବିଭାଗୀୟ ଯନ୍ତ୍ରୀଙ୍କ ବିନା ଉପସ୍ଥିତି ରେ ଚାଲିଛି କାମ l ପିଚୁ ପଡିବା କାମ ସରିନଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନ ରୁ ଗୋଡି ଉଠିଯାଉଥିବା ଦେଖିବାକୁ ମିଳିଛି ଏବଂ ଡଷ୍ଟ ସଫା କରା ନଯାଇ ଚାଲିଛି କାମ l ଗୋଡି ଓ ଅନ୍ୟାନ୍ୟ ସାମଗ୍ରୀର ଭାଗ ବହୁତ କମ ରହୁଥିବା ନେଇ କାକଟପୁର ଗ୍ରାମ୍ୟ ଉନ୍ନୟନ ଜେଇ ଙ୍କୁ ଗ୍ରାମବାସୀଙ୍କ ତରଫରୁ ଫୋନ ମାଧ୍ୟମରେ ଅଭିଯୋଗ କରାଯାଇଥିଲା l ସେ ମଧ୍ୟ ମାନିଥିଲେ କି ଠିକାଦାର ନିମ୍ନମାନର କାମ କରୁଛି ଓ ଠିକାଦାର ତାଙ୍କ କଥା ଶୁଣି ନଥିବା କହିଥିଲେ  l କିନ୍ତୁ ବିଡମ୍ବନାର ବିଷୟ ଅଭିଯୋଗ ପରେ କର୍ତ୍ତୃପକ୍ଷ ତଦନ୍ତ କରି ନିମ୍ନମାନର କାମ ହୋଇନଥିବା ଗ୍ରାମ ବାସୀଙ୍କୁ ସଫେଇ ଦେଇଥିଲେ । କିନ୍ତୁ ଏହି କଥା ମିଡିଆ ଆଗରେ କହିବା ପାଇଁ ମନା କରିଥିଲେ l
ଠିକାଦାର ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ତଦନ୍ତ କୁ ବାଟ ବଣା କରାଯାଇନିତ…?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ