Masthead

ସମୁଦ୍ରର ୬ହଜାର ମିଟର ତଳକୁ ଯିବେ ୩ ବୈଜ୍ଞାନିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମିଶନ୍ ମୁନ୍, ମିଶନ୍ ସନ୍ ପରେ ଏବେ ମିଶନ୍ ମହାସାଗର । ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ପାତାଳ ଉପରେ ଭାରତର ନଜର । ପାତାଳକୁ ଯିବ ‘ସମୁଦ୍ରଯାନ’ । ପାତାଳର ରହସ୍ୟ ବାହାର କରିବା ପାଇଁ ଭାରତ ଆରମ୍ଭ କରିବ ପ୍ରକଳ୍ପ ସମୁଦ୍ରଯାନ । କେନ୍ଦ୍ରୀୟ ପୃଥିବୀ ମନ୍ତ୍ରଣାଳୟ ସମୁଦ୍ରାୟନ ମିଶନ ଆରମ୍ଭ କରାଯାଉଛି । ମିଶନ୍ ମହାସାଗରରେ ଗଭୀର ସମୁଦ୍ରକୁ ପଠାଯିବ ବୁଡ଼ା ଜାହାଜ । ପାତାଳର ବିଭିନ୍ନ ରହସ୍ୟ ଉପରୁ ପରଦା ହଟାଇବ ଭାରତ ।

ଏଥିପାଇଁ ୬ହଜାର ବୁଡ଼ା ଜାହାଜ ପ୍ରସ୍ତୁତ କରୁଛି ଭାରତ । ସମୁଦ୍ରର ରହସ୍ୟ ଜାଣିବା ପାଇଁ କରାଯାଉଛି ଏହି ମିଶନ୍ । ଅବଶ୍ୟ ୨୦୨୧ରେ ଭାରତ ସମୁଦ୍ରଯାନ ମିଶନ୍ ଆରମ୍ଭ କରିଥିଲା । କିନ୍ତୁ ଏବେ ଯେଉଁ ମିଶନ୍ କରାଯାଉଛି ଏହା ତାହାଠାରୁ ବି ବଡ଼ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ମିଶନର ସମସ୍ତ କାର୍ଯ୍ୟ ଶେଷ କରାଯିବ । ଏବଂ ୨୦୨୬ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଶା କରାଯାଉଛି । ଏହି ମିଶନ୍ର ନାଁ ରଖାଯାଇଛି ‘ସମୁଦ୍ରଯାନ’ । ଏହି ମିଶନରେ ୩ ବୈଜ୍ଞାନିକଙ୍କୁ ସମୁଦ୍ରର ୬ହଜାର ମିଟର ତଳକୁ ପଠାଯିବ । ଭାରତ ଦ୍ୱାରା ପ୍ରସ୍ତୁତ ମାନବ ବୁଡ଼ା ଜାହାଜ ମାଧ୍ୟମରେ ବୈଜ୍ଞାନିକଙ୍କୁ ସିଧା ପାତାଳକୁ ପଠାଯିବ । ବୈଜ୍ଞାନିକମାନେ ପାତାଳକୁ ଯାଇ ଏହାର ରହସ୍ୟ ଉପରୁ ପରଦା ହଟାଇବେ ।

ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଏହା ହେଉଛି ଭାରତର ପ୍ରଥମ ମାନବ ମହାସାଗର ମିଶନ । ଏହି ମିଶନ ଦ୍ୱାରା ଗଭୀର ସମୁଦ୍ର ଭିତରେ ଥିବା ଅପରିଷ୍କାର ଉପାଦାନ, ଖଣିଜ ପଦାର୍ଥ ଏବଂ ଜୈବ ବିବିଧତା ଉପରେ ଅଧ୍ୟୟନ କରାଯିବ । ‘ମିଶନ ମହାସାଗର’ରେ ଖର୍ଚ୍ଚ ହେବ ୪ହଜାର ୭୭ କୋଟି ଟଙ୍କା । ୨୦୨୧ରେ ମହାସାଗର ମିଶନ ସମୁଦ୍ରଯାନର ଶୁଭାରମ୍ଭ କରିଥିଲା ଭାରତ । ଆମେରିକା, ଋଷ, ଜାପାନ, ଚୀନ ଏବଂ ପ୍ରାନ୍ସ ଭଳି ଦେଶ ସହିତ ସାମିଲ ହୋଇ ସାରିଛି ଭାରତ । ଏବେ କିନ୍ତୁ ମେଗା ମହାସାଗର’ମିଶନ ସମୁଦ୍ରଯାନ’ ପାଇଁ ପ୍ରସ୍ତୁତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା