Masthead

ଚାଲିଗଲେ ଦେଶର ପ୍ରଥମ ମହିଳା ୱିଙ୍ଗ କମାଣ୍ଡର, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରେ): ମହିଳାମାନେ ଦୁର୍ବଳା ନୁହଁନ୍ତି । ସେମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳାଇ ଚାଲିପାରନ୍ତି । ପୁରୁଷମାନଙ୍କ ଭଳି ଶତ୍ରୁ ବିରୋଧରେ ଯୁଦ୍ଧ ମଧ୍ୟ କରିପାରନ୍ତି । ଦେଶ ସ୍ୱାଧୀନ ହେବାର ୮ବର୍ଷ ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଜଣେ ମହିଳା । ନିଜର ଦକ୍ଷତା ବଳରେ ସେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ହୋଇପାରିଥିଲେ । ସେ ଥିଲେ ଭାରତୀୟ ବାୟୁସେନାର ପ୍ରଥମ ୱିଙ୍ଗ କମାଣ୍ଡର । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ।

ଡକ୍ଟର ବିଜୟଲକ୍ଷ୍ମୀ ରମଣ । ଭାରତୀୟ ବାୟୁସେନାର ଏକ ସ୍ପର୍ଦ୍ଧିତ ନାମ । ୧୯୫୫ ଅଗଷ୍ଟ ୨ରେ ସେ ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ ଭାବେ ଯୋଗଦେଇଥିଲେ । ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ଅପୂର୍ବ ସାହସର ସହ ଶତ୍ରୁ ବିରୋଧରେ ଲଡିଥିଲେ ବିଜୟଲକ୍ଷ୍ମୀ । ନିଜର ଦକ୍ଷତା, ସାହସିକତା ଯୋଗୁ ତାଙ୍କୁ ମିଳିଥିଲା ପଦୋନ୍ନତି । ୧୯୭୨ ଅଗଷ୍ଟ ୨୨ ତାରିଖରେ ବିଜୟଲକ୍ଷ୍ମୀ ଭାରତୀୟ ବାୟୁସେନାର ପ୍ରଥମ ମହିଳା ୱିଙ୍ଗ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
୧୯୭୯ ଫେବୃଆରୀରେ ସେ ସରକାରୀ ଚାକିରିରୁ ଅବସର ନେଇଥିଲେ । ଜଣେ ଦକ୍ଷ ସାମରିକ ବିଶେଷଜ୍ଞ ଭାବେ ତାଙ୍କର ଖ୍ୟାତି ରହିଛି । ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ବିଜୟଲକ୍ଷ୍ମୀଙ୍କୁ ୯୬ବର୍ଷ ବୟସ ହୋଇଥିଲା । ଅବସର ପରେ ସେ ତାଙ୍କ ଝିଅଘରେ ରହିଆସୁଥିଲେ । ରାତି ୮.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି