Masthead

ଚାଲିଗଲେ ଦେଶର ପ୍ରଥମ ମହିଳା ୱିଙ୍ଗ କମାଣ୍ଡର, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରେ): ମହିଳାମାନେ ଦୁର୍ବଳା ନୁହଁନ୍ତି । ସେମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳାଇ ଚାଲିପାରନ୍ତି । ପୁରୁଷମାନଙ୍କ ଭଳି ଶତ୍ରୁ ବିରୋଧରେ ଯୁଦ୍ଧ ମଧ୍ୟ କରିପାରନ୍ତି । ଦେଶ ସ୍ୱାଧୀନ ହେବାର ୮ବର୍ଷ ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଜଣେ ମହିଳା । ନିଜର ଦକ୍ଷତା ବଳରେ ସେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ହୋଇପାରିଥିଲେ । ସେ ଥିଲେ ଭାରତୀୟ ବାୟୁସେନାର ପ୍ରଥମ ୱିଙ୍ଗ କମାଣ୍ଡର । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ।

ଡକ୍ଟର ବିଜୟଲକ୍ଷ୍ମୀ ରମଣ । ଭାରତୀୟ ବାୟୁସେନାର ଏକ ସ୍ପର୍ଦ୍ଧିତ ନାମ । ୧୯୫୫ ଅଗଷ୍ଟ ୨ରେ ସେ ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ ଭାବେ ଯୋଗଦେଇଥିଲେ । ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ଅପୂର୍ବ ସାହସର ସହ ଶତ୍ରୁ ବିରୋଧରେ ଲଡିଥିଲେ ବିଜୟଲକ୍ଷ୍ମୀ । ନିଜର ଦକ୍ଷତା, ସାହସିକତା ଯୋଗୁ ତାଙ୍କୁ ମିଳିଥିଲା ପଦୋନ୍ନତି । ୧୯୭୨ ଅଗଷ୍ଟ ୨୨ ତାରିଖରେ ବିଜୟଲକ୍ଷ୍ମୀ ଭାରତୀୟ ବାୟୁସେନାର ପ୍ରଥମ ମହିଳା ୱିଙ୍ଗ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
୧୯୭୯ ଫେବୃଆରୀରେ ସେ ସରକାରୀ ଚାକିରିରୁ ଅବସର ନେଇଥିଲେ । ଜଣେ ଦକ୍ଷ ସାମରିକ ବିଶେଷଜ୍ଞ ଭାବେ ତାଙ୍କର ଖ୍ୟାତି ରହିଛି । ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ବିଜୟଲକ୍ଷ୍ମୀଙ୍କୁ ୯୬ବର୍ଷ ବୟସ ହୋଇଥିଲା । ଅବସର ପରେ ସେ ତାଙ୍କ ଝିଅଘରେ ରହିଆସୁଥିଲେ । ରାତି ୮.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି