Masthead

ସ୍କୁଲ ୟୁନିଫର୍ମ ଯୋଗାଣରେ ଫିକ୍ସିଂ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ରେ ୧୦ କୋଟି ୧୭ ଲକ୍ଷ ଟଙ୍କାର ସ୍କୁଲ ୟୁନିଫର୍ମ ଯୋଗାଣ ରେ ଫିକ୍ସିଂ ଅଭିଯୋଗ । ଶିକ୍ଷା ସଚିବଙ୍କ ତଦନ୍ତ ନିର୍ଦ୍ଦେଶ । ବ୍ଲକ ସ୍ତରୀୟ ଯାଞ୍ଚ କମିଟି ଗଠନ । ଫିଟୁଛି ଗୁମର । କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ ହୋଇଥିବା ସ୍ଲୁଲ ୟୁନିଫର୍ମରେ ଫିକ୍ସିଂ ଅଭିଯୋଗ । ଫଳରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟର ପୋଷାକ ବଦଳରେ ବଣ୍ଟନ କରାଯାଉଛି ନିମ୍ନ ମାନର ପୋଷାକ । ଏହି ଫିକ୍ସିର ପଛରେ କାର୍ପଟଦାର ସାଜିଛି ଖୋଦ ଶିକ୍ଷା ବିଭାଗ ।

ଅଭିଯୋଗର ତଦନ୍ତ ପାଇଁ ଶିକ୍ଷା ସଚିବଙ୍କ ନିର୍ଦ୍ଦେଶ ଜାରି ପରେ ଗଠନ ହୋଇଛି କମିଟି ।କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୧୦ କୋଟି ୧୭ ଲକ୍ଷ ଟଙ୍କାର ସ୍କୁଲ ୟୁନିଫର୍ମ ପ୍ରତ୍ୟେକ ବର୍ଷ ସରକାର ଛାତ୍ରଛାତ୍ରୀମାନଙ୍କୁ ଯୋଗାଣ କରିଥାନ୍ତି । ଜଣେ ଛାତ୍ର କିମ୍ବା ଛାତ୍ରୀକୁ ପ୍ରତ୍ୟେକ ବର୍ଷ ଦୁଇ ହଳ ୟୁନିଫର୍ମ ପାଇଁ ୪ ଶହ ଟଙ୍କା ଏବଂ ଗୋଟିଏ ହଳ ଜୋତା ପାଇଁ ୨ ଶହ ଟଙ୍କା ମୋଟ ୬ ଶହ ଟଙ୍କା ସରକାର ପୌଠ କରିଥାନ୍ତି । ହେଲେ ଜିଲ୍ଲାରେ ବଣ୍ଟନ ହୋଇଥିବା ପୋଷାକ ଓ ଜୋତା ନିମ୍ନ ମାନର ଏବଂ ବଣ୍ଟନ ପୋଷାକ ଓ ଜୋତା କୋଲକତା ବଜାରରୁ ମାତ୍ର ୧୦୦ ଟଙ୍କା ମୁଲ୍ୟରେ କିଣା ଯାଉଛି ।

ଗୋଟି ହଳ ପୋଷାକ ଓ ଜୋତାରୁ ସରକାର ଯୋଗାଉଥିବା ମୂଲ୍ୟର ୫୦ ପ୍ରତିଶତ ଚଳୁ କରାଯାଉଛି । ଯାହାକୁ ଯୋଗାଣ କରୁଥିବା ବେପାରୀ ଓ ବଣ୍ଟନ ଦାୟିତ୍ୱରେ ଥିବା ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗ , ବ୍ଲକ ସ୍ତରୀୟ ବିଆରସିସି , ସିଆରସିସି , ଶିକ୍ଷକ ମଧ୍ୟରେ ଭାଗ ବଣ୍ଟା ହେଉଥିବା ଅଭିଯୋଗ ହୋଇଆସୁଛି । ଯାହାର ଅଭିଯୋଗ ପରେ ଗଣ ଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଯାଚଂ ର ନିର୍ଦ୍ଦେଶ ଜାରୀ କରିଛନ୍ତି । ସରକାର ପୋଷାକ କ୍ରୟରେ ସ୍ୱଚ୍ଛତା ପାଇଁ ପୂର୍ବରୁ ଗାଇଡଲାଇନ ଜାରି କରିଛନ୍ତି । ହେଲେ ଏହି ଗାଇଡଲାଇନକୁ ଖୋଲାଖୋଲି ଉଲଂଘନ କରାଯାଉଛି ।

୧ –ସ୍ଲୁଲ କମିଟି ପୋଷାକ କ୍ରୟ କରିବ । କିନ୍ତୁ ସ୍ଲୁଲ କମିଟି ବଦଳରେ ପ୍ରଧାନ ଶିକ୍ଷକ ହିଁ ପୋଷାକ କ୍ରୟ କରୁଛନ୍ତି । ୨-ସ୍କୁଲ ଗୁଡିକରେ ତିନି ଗୋଟି ଦୋକାନର କୋଟେସନ ଓ ପୋଷାକର ସେମ୍ପଲ ସଂଗ୍ରହ ପରେ ଉନ୍ନତ ମାନର ପୋଷାକକୁ ହିଁ ଚୟନ କରାଯିବା ନିୟମ ରହିଛି । ଏହି ପ୍ରକ୍ରିୟାକୁ ଶିକ୍ଷା ବିଭାଗ ତଦାରଖ କରିବ । ହେଲେ ପ୍ରତ୍ୟେକ ବ୍ଲକରେ ନିର୍ଦ୍ଦିଷ୍ଟ ବେପାରୀ ପୋଷାକ ଯୋଗାଣ କରିଥିବା ବେଳେ ଦାଖଲ ଅନ୍ୟ ୨ ଗୋଟି କୋଟେସନ ସମାନ ଦୋକାନର ରହିଛି । ଏପରିକି ଗତ କିଛି ବର୍ଷ ହେବ ଏହି ନିର୍ଦ୍ଦିଷ୍ଟ ବେପାରୀ ହିଁ ପୋଷାକ ଯୋଗାଣ ଜାରୀ ରଖିଛନ୍ତି । ଯାହା ଫିକ୍ସିଂ କୁ ପ୍ରମାଣିତ କରୁଛି ।

ଗଣ ଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଯାଚଂ ର ନିର୍ଦ୍ଦେଶ ପରେ କଳାହାଣ୍ଡି ଶିକ୍ଷା ଅଧିକାରୀ ୧୩ ଗୋଟି ବ୍ଲକରେ ବିଡିଓ, ତହସିଲଦାର , ସିଡିପିଓଙ୍କ ଉପସ୍ଥିତିରେ ପୋଷାକ ଯାଚଂ ପାଇଁ କମିଟି ଗଠନ କରିଛନ୍ତି । ଜିଲ୍ଲାରେ ଯାଚଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କଲମପୁର ବ୍ଲକରେ ଶିକ୍ଷକମାନେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ୩ ଗୋଟି ପୋଷାକ ସାମ୍ପଲ ଦାଖଲ କରିପାରି ନଥିଲେ । କେବଳ କଳାହାଣ୍ଡି ଜିଲ୍ଲା ନୁହେଁ ସ୍ଲୁଲ ପୋଷାକ କିଣାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକା ଚିତ୍ର ଓ ଚିରାଚରିତ ହୋଇସାରିଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ